ଆଜି ପୁରୀ ବାଣ ବିସ୍ଫୋରଣ ଘଟଣାରେ ଡାକ୍ତରଖାନାରୁ ଆଉ ୨ ଆହତ ବ୍ୟକ୍ତି ଡିସ୍‌ଚାର୍ଜ ହୋଇଛନ୍ତି। ୨ ଜଣ ଡିସଚାର୍ଜ ହୋଇଥିବା ଏସ୍ଆରସିଙ୍କ କାର୍ଯ୍ୟାଳୟରରୁ ସୂଚନା ମିଳିଛି । ସେମାନେ ହେଲେ ବଳରାମ ଦାସ ଏବଂ ମନମୋହନ ବେହେରା। ଏବେ ସୁଦ୍ଧା ୬ ସୁସ୍ଥ ହୋଇଥିବା ବେଳେ ବିଭିନ୍ନ ମେଡିକାଲରେ ଆଉ ୧୫ ଜଣ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ।

ସୁଚନମୂତାବକ, ଆଜି ୨ ଆହତ କଟକ ବଡ଼ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହୋଇଛନ୍ତି। ପୂର୍ବରୁ ୬ ଜଣ ଆହତ ବ୍ୟକ୍ତିଙ୍କୁ ଡିସଚାର୍ଜ ହୋଇଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ୮ ଜଣ ଆହତଙ୍କୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯାଇସାରିଲାଣି। ବର୍ତ୍ତମାନ ୧୫ଜଣ ରୋଗୀ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଅନ୍ୟପଟେ ତେବେ ମୋଟ୍‌ ମୃତ୍ୟୁସଂଖ୍ୟା ୧୩ରେ ପହଞ୍ଚିଛି।

Leave a Reply

Your email address will not be published. Required fields are marked *