ଭୁବନେଶ୍ୱର: ଆସିଲା ରାଜ୍ୟର ବାଘ ଗଣନା ରିପୋର୍ଟ । ଓଡ଼ିଶାରେ ଅଛନ୍ତି ୩୦ ମହାବଳ ବାଘ ଓ ୮ ଶାବକ । ୩୦ ମହାବଳରୁ ୧୪ ବାଘୁଣୀ ଥିବା ସୂଚନା । କେବଳ ଶିମିଳିପାଳରେ ଅଛନ୍ତି ୨୭ ମହାବଳ ବାଘ । କଳାବାଘ ୪୦ ପ୍ରତିଶତ ଥିବା ବନ୍ୟପ୍ରାଣୀ PCCFଙ୍କ ସୂଚନା ।

ସର୍ବଭାରତୀୟ ବାଘ ଆକଳନ-୨୦୨୨ରେ ରାଜ୍ୟରେ ମୋଟ୍ ବାଘ ସଂଖ୍ୟା ୧୭ ଥିବାକୁ ଭୁଲ୍ ଦର୍ଶାଇ ଓଡ଼ିଶା ସରକାର ପ୍ରଥମଥର ପାଇଁ ନିଜସ୍ୱ ବାଘ ଗଣନା କରିଥିଲେ । ଯାହାର ରିପୋର୍ଟ ଆଜି ପ୍ରକାଶ ପାଇଛି ।

ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ପ୍ରଥମଥର ବାଘ ଗଣନା ଆକଳନ ହୋଇଥିଲା । ଅତ୍ୟାଧୁନିକ କ୍ୟାମେରାରେ ବାଘଗୁଡ଼ିକର ପଦ ଚିହ୍ନକୁ ଆକଳନ ଓ ବାଘର ଫଟୋଚିତ୍ରକୁ ଆକଳନ କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ୨୦୨୩ ଅକ୍ଟୋବର ୧୫ରୁ ଚଳିତମାସ ୧୦ ତାରିଖ ମଧ୍ୟରେ କ୍ୟାମେରା ଏସବୁ ବାଘର ଫଟୋଚିତ୍ର ଉତ୍ତୋଳନ କରିଥିଲା ।

ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ମୋଟ ୮ଟି ଛୁଆ ବାଘ ସମେତ ମୋଟ ୨୪ଟି ବାଘ ଚିହ୍ନଟ ହୋଇଛନ୍ତି । ଏଥିରେ ୧୩ଟି କଳାବାଘ ଅଛନ୍ତି । ଏହି କଳାବାଘରେ ୭ଟି ମାଈ ଓ ୬ ପୁରୁଷ ବାଘ ଅଛନ୍ତି । ବିଶ୍ୱରେ ଦୁର୍ଲଭ ପ୍ରଜାତିର ଏହି କଳାବାଘ କେବଳ ଓଡ଼ିଶାର ଶିମିଳିପାଳ ଜଙ୍ଗଲରେ ଦୃଶ୍ୟମାନ ହେଉଛନ୍ତି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *