ସାଉଦି ଆରବର ରାଜଧାନୀ ରିୟାଦ୍ ସ୍ଥିତ କିଙ୍ଗ୍ ଖାଲିଦ୍ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ ଉପରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଘଟିଛି। ୟେମେନର ହୁତି ବିଦ୍ରୋହୀ ଗୋଷ୍ଠୀ ପକ୍ଷରୁ କରାଯାଇଥିବା ଏହି କ୍ଷେପଣାସ୍ତ୍ର ଓ ଡ୍ରୋନ୍ ହମଲାରେ ଅତି କମ୍‌ରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି।

ଜରୁରୀକାଳୀନ ସେବା ଓ ସାଉଦି ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲଗୁଡ଼ିକୁ ସ୍ଥାନାନ୍ତର କରିଛନ୍ତି। ହସ୍ପିଟାଲ୍ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା ରହିଛି।

ସେପଟେ ଲଗାତାର ଆକ୍ରମଣ ଯୋଗୁଁ ରିୟାଦ୍ କୁ ଯାଉଥିବା ଏବଂ ସେଠାରୁ ଆସୁଥିବା ଅନେକ ବିମାନ ଉଡ଼ାଣ ସେବା ବାତିଲ୍ ହୋଇଛି।

Leave a Reply

Your email address will not be published. Required fields are marked *