ଓଡ଼ିଶା ବିଜେପି ପାଇଁ କାରିଗର ସାବ୍ୟସ୍ତ ହେବ ସୁଭଦ୍ରା ଯୋଜନା। ମିଶନ ଶକ୍ତିର ସ୍ଥାନ ନେବ ଏହି ଯୋଜନା। ବିଜେପିର ମହିଳା ଭୋଟ ବ୍ୟାଙ୍କକୁ ଆହୁରି ସଶକ୍ତ କରିବ।

ସଂକଳ୍ପ ପତ୍ରରେ ମହିଳାମାନଙ୍କୁ ଗୁରୁତ୍ୱ ଦେଇଛି ବିଜେପି। ୨୦୨୪ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ସରକାରକୁ ଆସିଲେ ମହିଳାମାନଙ୍କ ପାଇଁ ସୁଭଦ୍ରା ଯୋଜନା ଆରମ୍ଭ କରିବ ବୋଲି ସଂକଳ୍ପ ପତ୍ରରେ ପ୍ରତିଶୃତି ଦେଇଥିଲା ।

ଏହି ଯୋଜନାରେ ପ୍ରତ୍ୟେକ ମହିଳା ୫୦ ହଜାର ଟଙ୍କାର ନଗଦ ଭାଉଚର୍‌ ପାଇବେ। ଯାହାକୁ ମହିଳାମାନେ ଦୁଇ ବର୍ଷ ମଧ୍ୟରେ ଖର୍ଚ୍ଚ କରିପାରିବେ। ସେହିପରି ୨୦୨୭ ସୁଦ୍ଧା ଓଡ଼ିଶାରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବା ପାଇଁ ପ୍ରତିଶୃତି ଦେଇଛି ବିଜେପି। ତେବେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବା ପାଇଁ ୫୦୦ ସ୍ୱୟଂ ସହାୟକ ଗୋଷ୍ଠୀର ଏକ ଶିଳ୍ପ କ୍ଲଷ୍ଟର ସୃଷ୍ଟି କରି ଉତ୍ପାଦିତ ସାମଗ୍ରୀର ବିପଣନ ସୁବିଧା ପ୍ରଦାନ ଏବଂ ପ୍ରୋତ୍ସାହନ ସହ ଉତ୍ପାଦିତ ସାମଗ୍ରୀର ବିକ୍ରି କରିବାର ସୁବିଧା ପ୍ରଦାନ କରିବାକୁ ସଂକଳ୍ପ ପତ୍ର ମାଧ୍ୟମରେ ପ୍ରତିଶୃତି ଦେଇଛି ବିଜେପି।

ଏହାଦ୍ୱାରା ମହିଳାମାନେ ସଶକ୍ତ ଓ ସ୍ୱାବଲମ୍ବୀ ହେବା ସହ ବିଜେପି ଟାର୍ଗେଟ ସଂଖ୍ୟକ ଭୋଟ ହାସଲ କରିପାରିବ। ଦୁର୍ନୀତି ପାଇଁ ‘ଶୂନ୍ୟ ସହନଶୀଳତା’ ନୀତି କରିବ ବିଜେପି।

Leave a Reply

Your email address will not be published. Required fields are marked *