ଓଡ଼ିଶାରେ ଭାଜପାର ପ୍ରଥମ ଓ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ସସ୍‌ପେନ୍ସ ଲାଗିରହିଥିବା ବେଳେ ଆଜି ଭୁବନେଶ଼୍ବର ବିମାନ ବନ୍ଦରରେ ପହଞ୍ଚିଲେ ଦୁଇ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଏବଂ ଭୂପେନ୍ଦ୍ର ଯାଦବ। ଓଡ଼ିଶାର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଏବଂ ଭୂପେନ୍ଦ୍ର ଯାଦବ ଆଜି ବିଧାୟକ ଦଳ ବୈଠକରେ ଯୋଗଦେବା ପାଇଁ ପହଞ୍ଚିଛନ୍ତି । ଦୁଇ ମନ୍ତ୍ରୀ ଓଡ଼ିଶାରେ ପହଞ୍ଚିବା ପରେ କିଏ ହେବେ ଭାଜପାର ନୂଆ ମୁଖ୍ୟମନ୍ତ୍ରୀ ସେ ନେଇ ଉତ୍କଣ୍ଠା ବଢ଼ିଛି ।

ଅନ୍ୟପଟେ ନବନିର୍ବାଚିତ ବିଧାୟକ ଏବଂ ଭାଜପା ନେତାଙ୍କ ସହ ଆଜି ଆଲୋଚନା ବୈଠକ ହେବ । ଏହି ବୈଠକରେ ଉଭୟ ଉପସ୍ଥିତ ରହିବେ । ବୈଠକ ପରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିପାରନ୍ତି ।

Leave a Reply

Your email address will not be published. Required fields are marked *