ଆସନ୍ତାକାଲି ଶପଥ ନେବକୁ ଯାଉଛନ୍ତି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ। ତେବେ ମୁଖ୍ୟମନ୍ତ୍ରୀ କିଏ ଏନେଇ ସ୍ପଷ୍ଟ ସୂଚନା ମିଳି ନ ଥିବାବେଳେ ଗତକାଲି ହେବାକୁଥିବା ଶପଥ ଗ୍ରହଣ ଉତ୍ସବରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନିମନ୍ତ୍ରଣ ଦେବା ପାଇଁ ଆଜି ଭାଜପା ଦଳ ବିଧାୟକମାନେ ପୁରୀ ଗସ୍ତ କରିଛନ୍ତି ।

ସୂଚନାଥାଉ କି, ମଙ୍ଗଳବାର ସଂଧ୍ୟାରେ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ସ୍ପଷ୍ଟ କରିବା ପାଇଁ ଭାଜପା ରାଜ୍ୟ କାର୍ଯ୍ୟାଳୟରେ ବିଧାୟକ ଦଳ ବୈଠକ ବସିବାକୁ ଯାଉଛି। ଅନ୍ୟପଟେ ଜନତା ମଇଦାନରେ ଆସନ୍ତାକାଲି ଅପରାହ୍ଣ ୪ଟା ୪୫ରେ ଶପଥ ଉତ୍ସବ ଅନୁଷ୍ଠିତ ହେବା ପାଇ ଜୋରଦାର ପ୍ରସ୍ତୁତି ଚାଲିଛି ।

Leave a Reply

Your email address will not be published. Required fields are marked *