ନୂଆ ସରକାରଙ୍କ ଶପଥ ସମାରୋହ ପାଇଁ ଜାରି ହେଲା ନୂଆ ନିର୍ଦ୍ଦେଶାନାମା । ନିର୍ଦ୍ଦେଶ ଅନୁସାରେ ଜୁନ୍ ୩୦ ଯାଏଁ ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ । ସରକାରୀ ଛୁଟି ଦିନରେ ବି ଉପସ୍ଥିତ ରହିବେ ଅଧିକାରୀ । ସରକାରୀ ଛୁଟିଦିନ ଗୁଡିକରେ ମଧ୍ୟ ଅଧିକାରୀଙ୍କୁ ହେଡକ୍ୱାର୍ଟର ନଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ ଛୁଟି ଅନୁମତି ମିଳିବ । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲାପାଳ ଓ ବିଭାଗୀୟ ମୁଖ୍ୟଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ଶପଥଗ୍ରହଣ ପରେ ସରକାରୀସ୍ତରରେ ଅନେକ ଗୁଡିଏ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ତେଣୁ ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *