ଯାଜପୁର ଜିଲ୍ଲା ମୁଗୁପାଳ ସ୍ଥିତ ଉପେନ୍ଦ୍ରନାଥ ଶାରଦା ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲକୁ ନେଇ ବିବାଦ ଦେଖାଦେଇଛି। ଛାତ୍ର ସଂସଦ ନିର୍ବାଚନ ବାତିଲକୁ ନେଇ କଲେଜ ପରିସରରେ ତୀବ୍ର ଅସନ୍ତୋଷ ଓ ବିବାଦ ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁସାରେ, ଅକ୍ଟୋବର ୭ ତାରିଖରେ କଲେଜ ଅଧ୍ୟକ୍ଷଙ୍କ ଦ୍ୱାରା ଏକ ଜରୁରୀ ବିଜ୍ଞପ୍ତି ଜାରି କରାଯାଇଛି। ମହାବିଦ୍ୟାଳୟ ପରିସରରେ ଅପରିହାର୍ଯ୍ୟ ପରିସ୍ଥିତି ଉପୁଜିଥିବାରୁ, ଶିକ୍ଷକ ଓ ଅଣ-ଶିକ୍ଷକ କର୍ମଚାରୀ ସଂଘର ସର୍ବସମ୍ମତ ନିଷ୍ପତ୍ତି କ୍ରମେ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯାଇଥିବା ନୋଟିସରେ ଉଲ୍ଲେଖ ରହିଛି। ନିର୍ବାଚନ ବାତିଲ ଖବର ପ୍ରସାରିତ ହେବା ପରେ କଲେଜର ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ନିର୍ବାଚନ ବାତିଲ କରିବାର ପ୍ରକୃତ କାରଣ ଓ ସ୍ପଷ୍ଟୀକରଣ ଦାବି କରି ଛାତ୍ରଛାତ୍ରୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନେ ମଧ୍ୟ କଲେଜରେ ପହଞ୍ଚି ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। Post navigation UPI MDR Rollout May Be Delayed Until January Anne Carson Wins 2026 Nobel Prize in Literature