ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ୱାଇ ଭେଙ୍କଟେଶ୍ବର ରାଓ (କୋଣ୍ଡାବାବୁ)ଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା।

ସୂଚନା ଅନୁଯାୟୀ; କୋଣ୍ଡାବାବୁ ଗୁରୁବାର ରାତିରେ ଘରେ ଖାଇ ସାରିବା ପରେ ଛାତ ଉପରେ ଚାଲୁଥିବା ବେଳେ ହୃଦଘାତର ଶିକାର ହୋଇ ତଳେ ପଡ଼ିଯାଇଥିଲେ। ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

ପୂର୍ବରୁ ସେ ବିଜେଡି ପାଇଁ କାର୍ଯ୍ୟ କରୁଥିବା ବେଳେ ୨୦୧୪ ନିର୍ବାଚନ ସରିଲା ପରେ କୋଣ୍ଡାବାବୁ ବିଜେପିରେ ଯୋଗଦେଇଥିଲେ ଏବଂ ବିଜେପି ତାଙ୍କୁ ତେଲୁଗୁ ଭୋଟ ପାଇଁ ଗୁରୁତ୍ୱ ଦେଉଥିଲା। ଅଞ୍ଚଳରେ ତେଲୁଗୁ ଭୋଟରମାନଙ୍କୁ ଦଳ ସହ ଯୋଡ଼ିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ଏଥିସହିତ ସେ ନିକଟରେ ଟ୍ରକ ମାଲିକ ସଂଘର ସଭାପତି ରୂପେ ନିର୍ବାଚିତ ହୋଇଥିଲେ।

Leave a Reply

Your email address will not be published. Required fields are marked *