ରାଜ୍ୟରେ ଜାରି ରହିଛି ବର୍ଷା। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ବହୁ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଥିବା ଦେଖା ଦେଇଛି । ରାଜ୍ୟରେ ଜାରି ରହିଥିବା ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟରେ ୭ ଜିଲ୍ଲାରେ ସ୍କୁଲ କଲେଜ ବନ୍ଦ ଘୋଷଣା କରିଛନ୍ତି ଜିଲ୍ଲା ପ୍ରଶାସନ । ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। କଟକ, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, କନ୍ଧମାଳ, ବଲାଙ୍ଗିରରେ ସ୍କୁଲ ଛୁଟି ରଖାଯାଇଛି ।

ଅନ୍ୟପଟେ ସ୍ଥଳଭାଗ ଅତିକ୍ରମ କରିଛି ଅବପାତ। ବାଲେଶ୍ବର ନିକଟରୁ ଅବପାତ ଉତ୍ତର ଉପକୂଳ ଓଡିଶା ଅତିକ୍ରମ କରିଛି। ଏହା ଆଗାମୀ ୨୪ ଘଣ୍ଟା ଯାଏଁ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଉତ୍ତର ଓଡ଼ିଶା ସଂଲଗ୍ନ ଦକ୍ଷିଣ ଝାଡଖଣ୍ଡ ଏବଂ ଉତ୍ତର ଛତିଶଗଡ ମଧ୍ୟ ଦେଇ ଗତିକରିବା ସମ୍ଭାବନା ରହିଛି। ଯାହା ଫଳରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

 

Leave a Reply

Your email address will not be published. Required fields are marked *