କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ବିମ୍ଷ୍ଟେକ୍ ଅଣ୍ଡର-୨୩ ଆନ୍ତର୍ଜାତୀୟ ଆଥଲେଟିକ୍ସ ଚାମ୍ପିଅନସିପ୍ରେ ଓଡ଼ିଶାର କ୍ରୀଡ଼ାବିତ୍ ସବିତା ଟୋପୋ ଚମତ୍କାର ପ୍ରଦର୍ଶନ କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ମହିଳା ୧୦୦ ମିଟର ବାଧାଦୌଡ଼ ଇଭେଣ୍ଟରେ ସେ ୧୩.୮୬ ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନ ଅଧିକାର କରିବା ସହ ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଏହି ଦୌଡ଼ରେ ଭାରତର ସାଇନି ଗ୍ଲାଡସିଆ ୧୪.୦୩ ସେକେଣ୍ଡ ସମୟ ସହ ରୌପ୍ୟ ପଦକ ଜିତିଥିବା ବେଳେ ଶ୍ରୀଲଙ୍କାର ପି.ଜି.ଏମ୍.ଏସ୍. ଗୁଣତିଲକା (୧୪.୩୪ ସେକେଣ୍ଡ) ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସୂଚନାଯୋଗ୍ୟ ଯେ, ନଭେମ୍ବର ୨୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଥର ପାଇଁ ବିମ୍ଷ୍ଟେକ୍ ଅଣ୍ଡର-୨୩ ଆଥଲେଟିକ୍ସ ଚାମ୍ପିଅନସିପ୍ ଆୟୋଜିତ ହେଉଛି। ପ୍ରତିଯୋଗିତାର ଦ୍ବିତୀୟ ଦିନ ସନ୍ଧ୍ୟାରେ ଅନୁଷ୍ଠିତ ୧୦ଟି ଫାଇନାଲ୍ ମଧ୍ୟରୁ ଭାରତ ୮ଟି ସ୍ବର୍ଣ୍ଣ ପଦକ ଜିତି ମୋଟ ୩୦ଟି ପଦକ ସହ ପଦକ ତାଲିକାର ଶୀର୍ଷରେ ରହିଛି। ଏହି ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ବିମ୍ଷ୍ଟେକ୍ ରାଷ୍ଟ୍ରଗୁଡ଼ିକର ଶତାଧିକ ଯୁବ ଆଥଲେଟ୍ ଅଂଶଗ୍ରହଣ କରିଛନ୍ତି। ସୂଚନା ଯୋଗ୍ୟ ଯେ, ନଭେମ୍ବର ୨୫ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ୍ ଠାରେ ବିମ୍ଷ୍ଟେକ୍ ୨୩ ବର୍ଷରୁ କମ୍ ଆଥଲେଟିକ୍ସ ଚାମ୍ପିୟନସିପ୍-୨୦୨୬ ଆୟୋଜିତ ହେଉଛି। ଏହି ପ୍ରତିଯୋଗିତାରେ ୬ ଟି ଦେଶର ୨୦୦ରୁ ଉର୍ଦ୍ଧ୍ୱ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିଛନ୍ତି। Post navigation परिसीमन और महिला कोटा विधेयक की चर्चा के बीच 30 नवंबर से फिर शुरू होगी संसद Samvidhan Gaurav Diwas: ସମ୍ବିଧାନ ଗୌରବ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ; ସମ୍ବିଧାନର ମୂଲ୍ୟବୋଧ ଓ ଗଣତାନ୍ତ୍ରିକ ଅନୁଷ୍ଠାନର ସୁରକ୍ଷା ସର୍ବୋଚ୍ଚ କର୍ତ୍ତବ୍ୟ