ଆଜି ସମ୍ବଲପୁର ଜିଲ୍ଲା ହୀରାକୁଦରେ ଅଖିମୁଠି ଅନୁକୁଳ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡିର ନିର୍ବାଚନୀ ଇସ୍ତାହାର ଉପରେ ପ୍ରତିକ୍ରିୟା ରଖିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ବିଜେଡିର ଇସ୍ତାହାରରେ ନୂଆ କିଛି ନାହିଁ । ବରଂ ଏହା କାଗଜର ଦସ୍ତାବିଜ୍। ଏହା ଲୋକଦେଖାଣିଆ। ବିଜେଡି ବିଜେପିର ସଂକଳ୍ପପତ୍ରକୁ କପି କରିବାକୁ ଚେଷ୍ଟା କରୁଛି ।

ସେ ଆହୁରି କହିଛନ୍ତି, ୨୪ ବର୍ଷ ପରେ ବି ଲୋକେ କାମ କରିବା ପାଇଁ ଘର ଛାଡୁଛନ୍ତି । ଚାଷ ଜମିକୁ ପାଣି ପହଞ୍ଚିିନାହିଁ । ଶୀତଳ ଭଣ୍ଡାର ନାହିଁ । ଏନସିଆରବି ରିପୋର୍ଟରେ ଓଡ଼ିଶାର ମହିଳା ସବୁଠୁ ଅଧିକ ନିର୍ଯାତିତ । ଏବେ ବି ରାଜ୍ୟରେ ୧ ଲକ୍ଷ ସରକାରୀ ଚାକିରି ପଦବୀ ଖାଲି ପଡ଼ିଛି । ବିଜେଡିର ଇସ୍ତାହାର ଫମ୍ପା ପ୍ରତିଶ୍ରୁତି । ଲୋକେ ଏହାକୁ ବିଶ୍ୱାସ କରିବେ ନାହିଁ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।୨ ଲକ୍ଷ ଚାକିରି ଦେବ କହୁଛି ବିଜେଡି, ତାହାହେଲେ ୨୪ ବର୍ଷ ହେଲା କରୁଥିଲେ କ’ଣ? ୧ ଲକ୍ଷ ସରକାରୀ ପଦବୀ ଖାଲି ପଡ଼ିଛି, କାହିଁକି ପୂରଣ କଲେନି ନବୀନ ସରକାର ବୋଲି ସେ ପ୍ରଶ୍ନ କରିଛନ୍ତି। ୨୦୧୪ ଓ ୨୦୧୯ ଭଳି ଏଥର ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଉଛି ବିଜେଡି। ଓଡ଼ିଶାରେ ବିଜେପି ସରକାର ଆସି‌ଲେ, କୃଷକଙ୍କ ହିତ ସାଧିତ ହେବ। ଚାଷୀଙ୍କ ଦୁଃଖ ଦୂରୀଭୂତ ହେବ। ଶୀତଳ ଭଣ୍ଡାର ପ୍ରତିଷ୍ଠା ହେବ।

Leave a Reply

Your email address will not be published. Required fields are marked *