ବିଜେପି ଛାଡ଼ିଲେ ପ୍ରକାଶ ବେହେରା । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ପ୍ରକାଶ । ଏନେଇ ସେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନିକଟକୁ ନିଜର ଇସ୍ତଫାପତ୍ର ପଠାଇ ଦେଇଛନ୍ତି । ଏହି ଇସ୍ତଫାପତ୍ରରେ କୌଣସି ଅସନ୍ତୋଷ ଜାହିର କରିନାହାନ୍ତି । କେବଳ ଦଳରୁ ଇସ୍ତଫା ଦେଇଥିବା ନେଇ ଦର୍ଶାଇଛନ୍ତି । କଟକ ଜିଲ୍ଲା ବିଜେପି ସଭାପତି ଥିଲେ ପ୍ରକାଶ ବେହେରା । ଦଳରୁ ଇସ୍ତଫା ପରେ ପ୍ରକାଶ ବେହେରା ବିଜେଡିରେ ମିଶିବା ନେଇ ଚର୍ଚ୍ଚା ହେଉଛି ।

ସୂଚନା ଅନୁଯାୟୀ, ବିଜେଡିରୁ ସାଲେପୁର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇପାରନ୍ତି ପ୍ରକାଶ । ଏଥିସହ ଆଜି ସେ ଏକ ବିରାଟ ରାଲିରେ ସାଲେପୁରରୁ ନିଜ ସମର୍ଥକଙ୍କ ସହ ଭୁବନେଶ୍ବର ବିଜେଡି କାର୍ଯ୍ୟାଳୟର ଶଙ୍ଖ ଭବନକୁ ଯିବେ । ଏବଂ ସେଠାରେ ସେ ବିଜେଡିରେ ସାମିଲ ହେବା ନେଇ ସାଲେପୁର ଅଞ୍ଚଳରେ ଆଲୋଚନା ହେଉଛି । ସାଲେପୁର ଆସନରୁ ୨୦୧୪ରେ ପ୍ରକାଶ କଂଗ୍ରେସରୁ ବିଧାୟକ ହୋଇଥିଲେ । ୨୦୧୯ରେ ସେ ବିଜେପି ଟିକେଟରୁ ନିର୍ବାଚନ ଲଢ଼ିଥିଲେ ଏବଂ ପରାଜିତ ହୋଇଥିଲେ ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *