ଦୀର୍ଘ ୨୪ବର୍ଷ ଧରି କ୍ଷମତାସୀନ ବିଜେଡିର ଦୁର୍ଗକୁ ଧୂଳିସାତ୍ କରି ବିଜେପି ରାଜ୍ୟରେ ପ୍ରଥମଥର ପାଇଁ ଏକାକୀ ସରକାର ଗଢ଼ିବାକୁ ଯାଉଛି । ବିଜେଡିର ଏଭଳି ନିର୍ବାଚନୀ ବିପର୍ଯ୍ୟୟ ପାଇଁ ଦଳର ଦ୍ୱିତୀୟ କ୍ଷମତାକେନ୍ଦ୍ର ଭିକେ ପାଣ୍ଡିଆନଙ୍କୁ ସାଧାରଣରେ ଦାୟୀ କରାଯାଉଛି । ତେବେ ଗତ ଦୁଇଦିନ ଧରି ସେ ନିଖୋଜ ଥିବାବେଳେ ପାଣ୍ଡିଆନଙ୍କ କୌଣସି ପତା ମିଳୁନାହିଁ । ଏମିତିକି ସବୁବେଳେ ନବୀନ ପଟ୍ଟନାୟକ ଛାଇ ହୋଇ ରହିଥିବା ଭି କେ ପଣ୍ଡିଆନ ନିର୍ବାଚନ ହାରିବା ପରେ ନବୀନ ପଟ୍ଟନାୟକଙ୍କ ସହ ତାଙ୍କୁ ଦେଖିବାକୁ ମିଳୁନାହାନ୍ତି ।

କେଉଁଠି ଅଛନ୍ତି ପାଣ୍ଡିଆନ୍‌ ? ଭୁବନେଶ୍ୱରରେ ନା ଆଉ କେଉଁଠି ? ନିର୍ବାଚନ ଫଳାଫଳ ପରେ କୁହାଯାଉଥିବା ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ରଙ୍କ ମିଳୁନି ଦେଖା। ନା ଗଣମାଧ୍ୟମ ସାମ୍‌ନାକୁ ଆସୁଛନ୍ତି, ନା ପରାଜୟ ପରେ ପ୍ରେସମିଟ୍‌ କରି ନିଜ ବିବୃତି ରଖୁଛନ୍ତି। ଯାହାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ବେଶ୍‌ ବଢ଼ିବାରେ ଲାଗିଛି। ବିଶେଷ କରି ନିର୍ବାଚନ ପୂର୍ବରୁ ଆଇଏଏସ ଚାକିରି ଛାଡ଼ି ସଦ୍ୟ ନୂଆନୂଆ ବନିଥିବା ଏହି ନେତାଙ୍କୁ ନେଇ ଜନତାଙ୍କ ମନରେ ଉଠିଲାଣି ଅନେକ ପ୍ରଶ୍ନ।

ଅନ୍ୟପଟେ ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ପାଣ୍ଡିଆନ୍‌ ଓଡ଼ିଶା ଛାଡ଼ି ଦିଲ୍ଲୀ ପଳେଇଛନ୍ତି ଓ ବିଦେଶକୁ ଯିବା ମସୁଧାରେ ଅଛନ୍ତି । ତେବେ କେଉଁ କାରଣରୁ ସେ ଓଡ଼ିଶା ଛାଡ଼ିଲେ ଏବଂ ଓଡ଼ିଶା ଆଉ ଫେରିବେ କି ନାହିଁ ତାହା ଉପରେ ଆକଳନ ଚାଲିଛି ।

ବିଜେଡିର ଏହି ଘଡ଼ିସନ୍ଧି ମୁହୃତରେ ଏପରି ଦଳ ଓ ନବୀନ ପଟ୍ଟନାୟକଙ୍କର ହାତ ଛାଡି ବିଦେଶ ପଳାଇବା ତାହା କଣ ସ୍ୱାର୍ଥପର ମଣିଷର ଉଦାହରଣ ନୁହଁକି ? କାହିଁକି ଆମେ ଭି କେ ପଣ୍ଡିଆନଙ୍କୁ ସ୍ୱାର୍ଥପର କହୁଛୁ ତାହାର କାରଣ ବିଜେଡ଼ିର ଦ୍ୱିତୀୟ କ୍ଷମତାକେନ୍ଦ୍ର ପାଲଟିଥିଲେ ଭିକେ ପାଣ୍ଡିଆନ । ନବୀନ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ବିଜେଡିର ସମସ୍ତ ନେତାଙ୍କୁ ନିଜ ଅଧୀନରେ ରଖିଥିଲେ ।

ମୁଖ୍ୟମନ୍ତ୍ରୀ ଯାହା ସବୁ ସୁବିଧା ମିଳିବା କଥା ପାଣ୍ଡିଆନ ବିଜେଡିର ଜଣେ ସଦସ୍ୟ ହୋଇକି ସବୁ ସୁବିଧା ମିଳୁଥିଲା । ନବୀନ ପଟ୍ଟନାୟକଙ୍କ ନାଁ ରେ ପାଣ୍ଡିଆନ ସରକାର ଚଳାଇଥିଲେ । କିନ୍ତୁ ଏବେ ଦୀର୍ଘ ୨୪ବର୍ଷ ଧରି କ୍ଷମତାସୀନ ବିଜେଡିର ଦୁର୍ଗକୁ ଧୂଳିସାତ୍ ହେବାପରେ ବିଜେଡ଼ିର ଦ୍ୱିତୀୟ କ୍ଷମତାକେନ୍ଦ୍ର ବନିଥିବା ପାଣ୍ଡିଆନଙ୍କର ଦେଖା ଦର୍ଶନ ନାହିଁ। ଏମିତିକି ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଇନ୍‌ଷ୍ଟାଗ୍ରାମରୁ ବିଜେଡି ହଟାଇ ଦେଇଛନ୍ତି। ସେ ତାଙ୍କ ପ୍ରୋଫାଇଲରେ ବିଜେଡିର ସଦସ୍ୟ ଲେଖିଥିବା ବେଳେ ଏହାକୁ ପରିବର୍ତ୍ତନ କରି ‘ନବୀନ ପଟ୍ଟନାୟକଙ୍କ ସହ କାମ କରିବା ଏକ ଆଶୀର୍ବାଦ’ ବୋଲି ଲେଖିଛନ୍ତି।

ଆଉ ସେତିକି ନୁହେ ସେ ନିଜ ବାସଭବନରେ ଥାଇମଧ୍ୟ ଗତକାଲି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତଫା ଦେବା ସମୟରେ ଓ ନବୀନ ନିବାସରେ ହୋଇଥିବା ଦଳୀୟ ନେତାଙ୍କ ବୈଠକ ସାମିଲ୍ ମଧ୍ୟ ହୋଇନଥିଲେ । ଏ ନେଇ ଚାରିଆଡ଼େ ନାନାଦି ଚର୍ଚ୍ଚା ମୁଣ୍ଡ ଟେକିଥିବା ବେଳେ ଗୁପ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କାଲି ରାତିରେ ପାଣ୍ଡିଆନ ଦିଲ୍ଲୀ ଯାଇ ସେଠାରୁ ଲଣ୍ଡନ ଯିବା ବ୍ୟବସ୍ଥା କରିଛନ୍ତି । ଫ୍ଲାଇଟ ରେ ବସିଥିବା ଫଟୋ ମଧ୍ୟ ହସ୍ତଗତ ହୋଇଛି। ତେବେ କେଉଁ କାରଣ ଓ କେତେ ଦିନ ପାଇଁ ବିଦେଶ ଯାଇଛନ୍ତି ତାହା ଜଣାପଡିନାହିଁ।

ପାଣ୍ଡିଆନ କହିଥିଲେ ନବୀନ ଜୁନ୍ ୯ତାରିଖରେ ଷଷ୍ଠଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନନେଲେ ସେ ରାଜନୀତିରୁ ସନ୍ୟାସ ନେବେ। ଆଜି ନବୀନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ସମ୍ଭବତଃ ପାଣ୍ଡିଆନ ନିଜର କଥାକୁ ରଖି ‘ବିଜେଡି’ ରାଜନୀତିଠୁ ଦୂରେଇ ଯାଇଥିବା ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *