ଓଡ଼ିଶାରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା ପାଇଁ ରାଜ୍ୟପାଳ ରଘୁବର ଦାସ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ତଥା ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ସାଧୁବାଦ ଜଣାଇଥିଲେ। ଓଡ଼ିଶା ନୂତନ ବିଧାନସଭା ଗଠନ ସମ୍ପର୍କିତ ବିଜ୍ଞପ୍ତି ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରକାଶିତ ହୋଇଛି।

ରାଜ୍ୟପାଳଙ୍କୁ ଭେଟି ଆନୁଷ୍ଠାନିକ ଭାବେ ନିର୍ବାଚନୀ ଫଳାଫଳ ନେଇ ରିପୋର୍ଟ ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ୨୦୨୪ ନିର୍ବାଚନରେ କେଉଁ ଦଳର ସଂଖ୍ୟା ଗରିଷ୍ଠତା ରହିଛି ସେ ସମ୍ପର୍କରେ ରାଜ୍ୟପାଳଙ୍କ ଅବଗତି ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଆନୁଷ୍ଠାନିକ ରିପୋର୍ଟ ଦେଇଥାନ୍ତି । ଏହା ସହିତ ନିର୍ବାଚିତ ବିଧାୟକ ତାଲିକା ପ୍ରଦାନ କରିଛନ୍ତି । ସଦ୍ୟ ନିର୍ବାଚିତ ଓଡ଼ିଶା ବିଧାନସଭାର ସଦସ୍ୟ ତାଲିକାର ବିଜ୍ଞପ୍ତି ଭାରତ ନିର୍ବାଚନ ଆୟୋଗଙ୍କ ଦ୍ବାରା ପ୍ରକାଶିତ ହୋଇଛି ।

ଏହି ବିଜ୍ଞପ୍ତି ଓଡ଼ିଶା ରାଜପତ୍ରରେ ମଧ୍ୟ ପ୍ରକାଶିତ ହୋଇଛି ।ଏହି ଅବସରରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡ. ଏନ.ତିରୁମାଲା ନାୟକ, ଶତ୍ରୁଘ୍ନ କର ଓ ମିହିର ନାୟକ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ ସାହୁ ଓ କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ମହତୋ ଉପସ୍ଥିତ ରହି ଉକ୍ତ ବିଜ୍ଞପ୍ତିକୁ ରାଜ୍ୟପାଳ ରଘୁବର ଦାସଙ୍କୁ ପ୍ରଦାନ କରିଥିଲେ।

By SonaliP

Leave a Reply

Your email address will not be published. Required fields are marked *