ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ସେ ଓଡ଼ିଶାବାସୀଙ୍କୁ ବିଚଳିତ କିମ୍ବା ଆତଙ୍କିତ ନହେବା ପାଇଁ ପରାମର୍ଶ ଦେଇଛନ୍ତି।

ମନ୍ତ୍ରୀଙ୍କ କହିବା ଅନୁଯାୟୀ, ବାତ୍ୟାକୁ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଚିତ୍ର କିମ୍ବା ଅପଡେଟ୍ ମିଳିନାହିଁ। ସରକାର ଏବଂ ସମ୍ପୃକ୍ତ ବିଭାଗ ବିଭିନ୍ନ ୟୁରୋପୀୟ ମଡେଲ ଅନୁଧ୍ୟାନ କରିବା ସହ ଭାରତୀୟ ପାଣିପାଗ ବିଭାଗ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି।

ଆସନ୍ତାକାଲି ସୁଦ୍ଧା ସମ୍ଭାବ୍ୟ ବାତ୍ୟାର ଗତିପଥ ଓ ସ୍ଥିତି ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ସରକାର ସମସ୍ତ ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୋକାବିଲା ପାଇଁ ସଜାଗ ଅଛନ୍ତି।

Leave a Reply

Your email address will not be published. Required fields are marked *