ସକ୍ରିୟ ରାଜନୀତିରୁ ଅବସର ଘୋଷଣା କଲେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ରବିବାର ଭିଡିଓ ବାର୍ତ୍ତ ଜାରି କରି ସକ୍ରିୟ ରାଜନୀତିରୁ ଅବସର ବିଷୟରେ ସୂଚନା ଦେଇଛନ୍ତି। ବିଧିବଦ୍ଧ ଭାବେ ରାଜନୀତିରୁ ସନ୍ନ୍ୟାସ ନେବା ନେଇ ଘୋଷଣା କରିଛନ୍ତି । ପାଣ୍ଡିଆନ୍ ରାଜନୀତି ଛାଡ଼ିବା ସହ ଦଳୀୟ କର୍ମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି ।

 

ନିର୍ବାଚନ ପ୍ରଚାର ସମୟରେ ଏକ ସଭାରେ ପାଣ୍ଡିଆନ୍‌ ଘୋଷଣା କରିଥିଲେ ଯେ ଯଦି ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ନ ହେବେ ତେବେ ସେ ରାଜନୀତିରୁ ସନ୍ୟାସ ନେବେ । ଚଳିତ ନିର୍ବାଚନରେ ବିଜୁ ଜନତା ଦଳ, ଭାଜପା ଠାରୁ ଅତି ଶୋଚନୀୟ ଭାବେ ପରାଜିତ ହୋଇଛି। ଏହାପରେ ସେ ଏହି ଘୋଷଣା କରିଛନ୍ତି ।ବିଜୁ ଜନତା ଦଳର ପରାଜୟ ପାଇଁ କ୍ଷମା ମାଗିବା ସହିତ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି ପାଣ୍ଡିଆନ ।

By SonaliP

Leave a Reply

Your email address will not be published. Required fields are marked *