ଭୁବନେଶ୍ୱର  : ଓଡ଼ିଶା ଖଦି ଓ ଗ୍ରାମ୍ୟ ଉଦ୍ୟୋଗର ସଭାପତି ପଦରୁ ଇସ୍ତଫା ଦେଲେ ସଂଗ୍ରାମ କେଶରୀ ପାଇକରାୟ ।ଆଇଏମ୍‌ଏସ୍‌ଏମ୍‌ଇ ବିଭାଗକୁ ସେ ନିଜର ଇସ୍ତଫା ପତ୍ର ପଠାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସେ ଦୁଇ ଥର ଏଠାରେ ସଭାପତି ଦାୟିତ୍ୱ ତୁଲାଇବା ପରେ ସେ ଇସ୍ତଫା ଦେଇଛନ୍ତି । ସଂଗ୍ରାମ ସେ ପ୍ରଥମେ ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ବିଭାଗରେ ୩୧ ଆଗଷ୍ଟ ୨୦୧୯ ରୁ ୫ ଜୁନ ୨୦୨୨ ପର୍ଯ୍ୟନ୍ତ ଇନଚାର୍ଜ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ ସେ ୨୧ ଅକ୍ଟୋବର ୨୦୨୨ରୁ ୮ ଜୁନ ୨୦୨୪ ପର୍ଯ୍ୟନ୍ତ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।

 

ରାଜ୍ୟରେ ଖଦି ଗ୍ରାମଶିଳ୍ପର ପ୍ରସାର କରିବା ଏହି ବୋର୍ଡର ମୁଖ୍ୟ ଲକ୍ଷ୍ୟ ହୋଇଥିବା କହିବା ସହ ତାଙ୍କର ୭ ବର୍ଷର କାର୍ଯ୍ୟକଳାପର ଏକ ରିପୋର୍ଟ ପ୍ରଦାନ କରିଛନ୍ତି । ସେ କହିଛନ୍ତି, ବିଭାଗରେ ମୋ ଦାୟିତ୍ୱ କାଳରେ ଖଦି ବୋର୍ଡ଼ର ଥିବା ଅନେକ ଜାଗାକୁ ଜବରଦଖଲ ମୁକ୍ତ କରାଯାଇଛି । ଏହାସହ ବୋର୍ଡ ଭିତରେ ଥିବା ହସ୍ତଚାଳିତ ମହୁ ବିଶୋଧାନାଗାରର ଉନ୍ନତି ସହ ଏକ ସ୍ୱୟଂ ଚଳିତ ମହୁବିଶୋଧାନାଗାର ପ୍ରତିଷ୍ଠା କରିଛନ୍ତି । ମହୁମାଛିର ପ୍ରଚାର ପ୍ରସାର ପାଇଁ ଚାଷୀଙ୍କୁ ମହୁ ବକ୍ସ ସହ ଆନୁସଙ୍ଗିକ ଜିନିଷ ମଧ୍ୟ ଯୋଗାଇ ଦେଇଛି ବୋର୍ଡ । ତାଙ୍କ ଅମଳରେ ୩୦୦୦ରୁ ଊର୍ଦ୍ଧ୍ୱ ଯୁବପୀଢ଼ିଙ୍କୁ ଗ୍ରାମଦ୍ୟୋଗ ଆରମ୍ଭ କରିବା ପାଇଁ ଲୋନ ସାହାଯ୍ୟ ଦେଇଥିବା ସେ କହିଛନ୍ତି ।

 

By SonaliP

Leave a Reply

Your email address will not be published. Required fields are marked *