ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଏବଂ ଖାଲି ପଡ଼ିଥିବା ପଦବୀଗୁଡ଼ିକୁ ପର୍ଯ୍ୟାୟକ୍ରମେ ପୂରଣ କରିବା ଦିଗରେ ରାଜ୍ୟ ସରକାର ସକ୍ରିୟ ପଦକ୍ଷେପ ନେଉଥିବା ବେଳେ ଆଜି ବିଧାନସଭାରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ଓଡ଼ିଶା ପୋଲିସ ବିଭାଗରେ ମୋଟ ୨୬,୧୦୧ଟି ପଦବୀ ଖାଲି ପଡ଼ିଥିବା ନେଇ ମୁଖ୍ୟମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଓଡ଼ିଶା ପୋଲିସର ବିଭିନ୍ନ ବର୍ଗରେ ମୋଟ ୮୪,୨୩୭ଟି ମଞ୍ଜୁରୀପ୍ରାପ୍ତ ପଦବୀ ରହିଥିବା ବେଳେ ସେଥିମଧ୍ୟରୁ ୨୬,୧୦୧ଟି ପଦବୀ ଏବେ ଖାଲି ପଡ଼ିଛି । ଏହି ବଡ଼ ସଂଖ୍ୟକ ଖାଲି ପଦବୀ ମଧ୍ୟରୁ ବିଭିନ୍ନ ବର୍ଗରେ ୬,୮୮୫ଟି ପଦବୀ ପୂରଣ କରିବା ପାଇଁ ଓଡ଼ିଶା ୟୁନିଫର୍ମଡ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ (OUSSSC) ପକ୍ଷରୁ ନିଯୁକ୍ତି ବିଜ୍ଞାପନ ପ୍ରକାଶ କରାଯାଇଛି । ଏହାଛଡ଼ା ୨୯୮ଟି ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର (କମ୍ୟୁନିକେସନ୍) ପଦବୀ ପୂରଣ ପାଇଁ ମଧ୍ୟ ଅନୁରୋଧ କରାଯାଇଛି ।

ଅନ୍ୟପଟେ, ପୂର୍ବରୁ OPRB ଦ୍ୱାରା ବିଜ୍ଞାପିତ ହୋଇଥିବା ୬୦୯ଟି ସବ-ଇନ୍ସପେକ୍ଟର ଏବଂ ୨୫୩ଟି ସବ-ଇନ୍ସପେକ୍ଟର ପଦବୀର ଚୟନ ପରୀକ୍ଷା ଶେଷ କରିବା ନିମନ୍ତେ OUSSSC କୁ ଅନୁରୋଧ କରାଯାଇଥିବା ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି । କେବଳ ନିଯୁକ୍ତି ନୁହେଁ, ବରଂ ରାଜ୍ୟରେ ଅପରାଧ ନିୟନ୍ତ୍ରଣ, ସଂଗଠିତ ଅପରାଧୀ ଦମନ, ସାଇବର ଅପରାଧର ମୁକାବିଲା ତଥା ବାଲି ଓ ଅନ୍ୟାନ୍ୟ ଖଣିଜ ପଦାର୍ଥର ବେଆଇନ ଉତ୍ତୋଳନ ଓ ପରିବହନ ରୋକିବା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପଗୁଡ଼ିକର ବିବରଣୀ ‘ପରିଶିଷ୍ଟ-କ’ରେ ସଂଲଗ୍ନ କରାଯାଇଛି ।

Leave a Reply

Your email address will not be published. Required fields are marked *