ଜଗତସିଂହପୁର ଜିଲ୍ଲାରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ବଡ଼ଧରଣର ଚଢ଼ାଉ କରାଯାଇଛି। ଲାଞ୍ଚ ନେଉଥିବା ବେଳେ ଡିପିସି ଅଫିସର ପ୍ରୋଗ୍ରାମର ଚନ୍ଦ୍ରକାନ୍ତ ପରିଜା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ମିଳିଥିବା ସୂଚନା ଅନୁସାରେ, ଡିଜିଟାଲ୍ ପ୍ୟାନେଲ୍ ବିଲ୍ କ୍ଲିୟରାନ୍ସ କରାଇଦେବା ବାବଦକୁ ସେ ୩୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏହି ନେଇ ପୂର୍ବରୁ ଅଭିଯୋଗ ହେବା ପରେ ଭିଜିଲାନ୍ସ ଟିମ୍ ସ୍ୱତନ୍ତ୍ର ଯୋଜନା ଆପଣାଇଥିଲା। ଆଜି ପ୍ରୋଗ୍ରାମର ଚନ୍ଦ୍ରକାନ୍ତ ୩୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ପୂର୍ବରୁ ଓଞ୍ଚି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରିଥିଲେ। ଘଟଣାସ୍ଥଳରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯିବା ସହ ଅଭିଯୁକ୍ତଙ୍କୁ ନିଜ ହେପାଜତକୁ ନିଆଯାଇଛି। ବର୍ତ୍ତମାନ ଭିଜିଲାନ୍ସ ପକ୍ଷରୁ ଏହି ଘଟଣାରେ ଅଧିକ ପଚରାଉଚରା ସହ ତଦନ୍ତ ପ୍ରକ୍ରିୟା ଜାରି ରହିଛି। Post navigation Veteran Actor Nana Patekar Passes Away: ଅଭିନେତା ନାନା ପାଟେକରଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ Major OAS Reshuffle: ଓଡ଼ିଶା ପ୍ରଶାସନରେ ବଡ଼ଧରଣର ଅଦଳବଦଳ: ବଦଳିଲେ ବହୁ ବରିଷ୍ଠ ଓଏଏସ ଅଫିସର