ଭୁବନେଶ୍ୱରରେ ସପ୍ତମ ‘ଓଡ଼ିଶା ଟ୍ରାଭେଲ ବଜାର-୨୦୨୬’ର ଶୁଭାରମ୍ଭ ହୋଇଛି । ଓଡ଼ିଶା ପର୍ଯ୍ୟଟନ ବିଭାଗ ଓ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି)ର ମିଳିତ ସହଯୋଗରେ ଆୟୋଜିତ ଏହି ତିନିଦିନିଆ ବ୍ୟବସାୟିକ ପର୍ଯ୍ୟଟନ କାର୍ଯ୍ୟକ୍ରମ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି ।

ଉଦ୍‌ଘାଟନୀ ଅବସରରେ ମୁଖ୍ୟମନ୍ତ୍ରୀ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର ପ୍ରଦର୍ଶନୀ ବୁଲି ଦେଖିଥିଲେ । ସେ ଓଡ଼ିଶାର ଅନନ୍ୟ କଳା, ପ୍ରାକୃତିକ ସମ୍ପଦ, ଇକୋ-ଟୁରିଜିମ୍ ଓ ଐତିହ୍ୟ ଉପରେ ଆଧାରିତ ବିଭିନ୍ନ ଷ୍ଟଲ୍ ପରିଦର୍ଶନ କରିବା ସହ ସ୍ଥାନୀୟ ଉଦ୍ୟୋଗୀ, କାରିଗର ଓ ଟ୍ରାଭେଲ୍ ପ୍ରତିନିଧିଙ୍କ ସହ ଆଲୋଚନା କରି ସେମାନଙ୍କର ଉତ୍ସାହ ବଢ଼ାଇଥିଲେ ।

ଏହି ଅବସରରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ଏବଂ ବିଶିଷ୍ଟ ସେଲିବ୍ରିଟି ସେଫ୍ ତଥା ଓଡ଼ିଆ କୁଇଜିନ୍ ବ୍ରାଣ୍ଡ୍ ଆମ୍ବାସାଡର ରଣବୀର ବ୍ରାରଙ୍କ ସହ ମଧ୍ୟ ସୌଜନ୍ୟମୂଳକ ଆଲୋଚନା ହୋଇଥିଲା । ଉଭୟଙ୍କ ଉପସ୍ଥିତି ଓଡ଼ିଶାର ପର୍ଯ୍ୟଟନ ଏବଂ ଆତିଥ୍ୟ ଶିଳ୍ପକୁ ବିଶ୍ୱବିଦିତ କରିବ ବୋଲି କୁହାଯାଇଛି ।

By Nirvay

Leave a Reply

Your email address will not be published. Required fields are marked *