ନୂଆପଡ଼ା ଜିଲ୍ଲାରେ ହୋଇଥିବା ବେଆଇନ ଜମି ପଞ୍ଜୀକରଣ ଜାଲିଆତି ଘଟଣା ପରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ପଞ୍ଜୀକରଣ ପ୍ରକ୍ରିୟାରେ ସ୍ୱଚ୍ଛତା, ଜବାବଦେହିତା ଓ କଡ଼ା ତଦାରଖ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କୁହାଯାଇଛି ଯେ, ଜମି ରେଜିଷ୍ଟ୍ରେସନ ପ୍ରକ୍ରିୟାରେ ଅଧିକ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ଆଣିବା ପାଇଁ ଆଧୁନିକ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରାଯିବ, ଯାହା ଦ୍ୱାରା ଦୁର୍ନୀତି ଓ ଅନିୟମିତତା ଉପରେ ରୋକ୍ ଲଗାଯାଇପାରିବ। ଜିଲ୍ଲାପାଳମାନେ ଆକସ୍ମିକ ଭାବେ ରେଜିଷ୍ଟ୍ରେସନ ଅଫିସ ପରିଦର୍ଶନ କରି କାର୍ଯ୍ୟ ପ୍ରଣାଳୀର ସମୀକ୍ଷା କରିବେ ଏବଂ ପ୍ରାରମ୍ଭିକ ସ୍ତରରୁ ହିଁ ଅନିୟମିତତା ଚିହ୍ନଟ କରିବେ। ନିୟମ ଉଲ୍ଲଂଘନ କିମ୍ବା ଅନିୟମିତତାକୁ ଆଦୌ ବରଦାସ୍ତ କରାଯିବ ନାହିଁ। ଦୋଷୀ ସାବ୍ୟସ୍ତ ହେଉଥିବା ଅଫିସର କିମ୍ବା ବ୍ୟକ୍ତିବିଶେଷଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। Post navigation प्रगति बैठक: पीएम मोदी ने 30 हजार करोड़ के छह प्रोजेक्ट की समीक्षा की NTA to Release UGC-NET, CSIR-NET and ICAR AIEEA Results This Week