Odisha govt Announces ₹20,000 Incentive for Postgraduate Dentists
ରାଜ୍ୟରେ ଦନ୍ତ ଚିକିତ୍ସା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ଲକ୍ଷ୍ୟରେ ଦନ୍ତ ଚିକିତ୍ସକଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କରିଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏଣିକି ଯୋଗ୍ୟ ଦନ୍ତ ଚିକିତ୍ସକମାନଙ୍କୁ ମାସିକ ୨୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ।
 
NMC ସ୍ବୀକୃତ ମେଡିକାଲ କଲେଜରୁ ପୋଷ୍ଟ ଗ୍ରାଜୁଏସନ୍‌ (PG) ଶିକ୍ଷା ହାସଲ କରିଥିବା ଦନ୍ତ ଚିକିତ୍ସକମାନେ ଏହି ପ୍ରୋତ୍ସାହନର ସୁବିଧା ପାଇବେ । ଦନ୍ତ ଚିକିତ୍ସା କ୍ଷେତ୍ରରେ ଉଚ୍ଚଶିକ୍ଷିତ ଚିକିତ୍ସକଙ୍କୁ ଉତ୍ସାହିତ କରିବା ସହ ରାଜ୍ୟରେ ଗୁଣାତ୍ମକ ଦନ୍ତ ଚିକିତ୍ସା ସେବାକୁ ବ୍ୟାପକ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ।
 
ଅଗଷ୍ଟ ୨୯ ତାରିଖରୁ ଏହି ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ଏହା ଦ୍ବାରା ଦନ୍ତ ଚିକିତ୍ସକମାନେ ଉତ୍ସାହିତ ହେବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ଦନ୍ତ ଚିକିତ୍ସା ସେବା ଅଧିକ ସୁଦୃଢ ହେବ ବୋଲି ଆଶା କରାଯାଉଛି ।

By Nirvay

Leave a Reply

Your email address will not be published. Required fields are marked *