ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏହି ବୈଠକରେ ରାଜ୍ୟର ସାମଗ୍ରିକ ବିକାଶ, ପର୍ଯ୍ୟଟନର ଅଭିବୃଦ୍ଧି ଏବଂ ମହିଳା ଓ ଶିଶୁ କଲ୍ୟାଣ ସହ ଜଡ଼ିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ବ୍ୟାପକ ଚର୍ଚ୍ଚା କରାଯାଇଥିବା ଜଣାପଡ଼ିଛି। ଏ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।

ପିଏମ୍ ମୋଦିଙ୍କୁ ଭେଟିବା ପରେ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ପ୍ରଭାତୀ ଲେଖିଛନ୍ତି, ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛି ଏବଂ ଓଡ଼ିଶାର ବିକାଶ, ପର୍ଯ୍ୟଟନ ଏବଂ ମହିଳା ଓ ଶିଶୁ ବିକାଶ ସହିତ ଜଡିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଅର୍ଥପୂର୍ଣ୍ଣ ଆଲୋଚନା ସମୟରେ ହୋଇଥିବା ଅଗ୍ରଗତି ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଛି ।

ଓଡ଼ିଶାରେ ଥିବା ଅପାର ପର୍ଯ୍ୟଟନ ସମ୍ଭାବନାକୁ ବିଶ୍ୱସ୍ତରୀୟ ପରିଚୟ ଦେବା ଏବଂ ଭିତ୍ତିଭୂମିର ବିକାଶ ନେଇ ପ୍ରଧାନମନ୍ତ୍ରୀଙ୍କ ସହ ବିଶେଷ ଚର୍ଚ୍ଚା ହୋଇଛି। କେନ୍ଦ୍ର ସରକାରଙ୍କ ‘ବିକଶିତ ଭାରତ’ ଲକ୍ଷ୍ୟ ସହ ସାମଞ୍ଜସ୍ୟ ରଖି ‘ବିକଶିତ ଓଡ଼ିଶା-୨୦୩୬’ ସ୍ବପ୍ନକୁ ପୂରଣ କରିବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି ବୋଲି ପ୍ରଭାତୀ ପରିଡ଼ା ପ୍ରକାଶ କରିଛନ୍ତି।

 

Leave a Reply

Your email address will not be published. Required fields are marked *