Odisha cm attends 2nd National GARIMA Conclave 2026
ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନଭେନସନ ସେଣ୍ଟରଠାରେ ଆୟୋଜିତ ଦ୍ୱିତୀୟ ଜାତୀୟ ‘ଗରିମା କନକ୍ଲେଭ୍‌ ୨୦୨୬’ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଛନ୍ତି । ଏହି ଅବସରରେ ସେ ‘ଗରିମା ପ୍ରଦର୍ଶନୀ’ର ଉଦ୍‌ଘାଟନ କରିଛନ୍ତି ।
 
ସ୍ୱଚ୍ଛତା କାର୍ଯ୍ୟରେ ମୃତ୍ୟୁ ରୋକିବା ସହ ସଫେଇ କର୍ମଚାରୀଙ୍କ ସୁରକ୍ଷା, ସମ୍ମାନ ଓ ମାନବିକ ମର୍ଯ୍ୟାଦା ସୁନିଶ୍ଚିତ କରିବା ଉପରେ ଏହି ଜାତୀୟ କର୍ମଶାଳାରେ ଗୁରୁତ୍ୱାରୋପ କରାଯାଇଛି । ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗର ‘ମିଶନ ଜିରୋ’କୁ ମଧ୍ୟ ଏହି ଅବସରରେ ପ୍ରାଥମିକତା ଦିଆଯାଇଛି ।
 
କର୍ମଶାଳାରେ ମୁଖ୍ୟମନ୍ତ୍ରୀ କହିଥିଲେ, ସ୍ୱଚ୍ଛ ଭାରତର ପ୍ରକୃତ ଅର୍ଥ କେବଳ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବା ନୁହେଁ, ବରଂ ସଫେଇ କାର୍ଯ୍ୟରେ ନିୟୋଜିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମ୍ମାନ ଓ ମର୍ଯ୍ୟାଦା ଦେବା। ସଫେଇ କର୍ମଚାରୀ ଓ ସ୍ୱେଚ୍ଛାସେବୀମାନେ ଦେଶକୁ ସୁରକ୍ଷିତ ଓ ସ୍ୱଚ୍ଛ ରଖିବାରେ ଯେଉଁ ଅବଦାନ ଦେଉଛନ୍ତି, ତାହାକୁ ସେ ପ୍ରଶଂସା କରିଥିଲେ।
 
ସ୍ୱଚ୍ଛତା କାର୍ଯ୍ୟରେ ଶୂନ ମୃତାହତ ସୁନିଶ୍ଚିତ କରିବା ଏବଂ କର୍ମଚାରୀଙ୍କ ଜୀବନ, ସୁରକ୍ଷା, ସମ୍ମାନ ଓ ମାନବିକ ମର୍ଯ୍ୟାଦାର ସୁରକ୍ଷା କରିବା ହେଉଛି ‘ଗରିମା’ର ପ୍ରମୁଖ ଲକ୍ଷ୍ୟ। ଏଥିପାଇଁ ସମସ୍ତ ହିତଧାରୀଙ୍କ ମଧ୍ୟରେ ସମନ୍ୱୟ, ଅଭିଜ୍ଞତା ବିନିମୟ ଓ ମିଳିତ ପଦକ୍ଷେପ ଉପରେ କର୍ମଶାଳାରେ ଆଲୋଚନା କରାଯାଇଛି।

By Nirvay

Leave a Reply

Your email address will not be published. Required fields are marked *