ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମାତା ସାବିତ୍ରୀ ଦେବୀଙ୍କ ଦେହାନ୍ତ । ଆଜି ଉତ୍ତରାଖଣ୍ଡର ପୌରୀ ଗଡ଼ୱାଲ ଜିଲ୍ଲାର ପୈତୃକ ଗ୍ରାମ ପଞ୍ଚୁରରେ ୯୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ସାବିତ୍ରୀ ଦେବୀଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

ନିଜ ସୋସିଆଲ ମିଡିଆ ‘ଏକ୍ସ’ରେ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପୂଜ୍ୟ ମାତା ସାବିତ୍ରୀ ଦେବୀଙ୍କ ପରଲୋକ ଖବର ଜାଣି ସେ ଅତ୍ୟନ୍ତ ମର୍ମାହତ। ଏହି ଅପୂରଣୀୟ କ୍ଷତି ଓ ଶୋକର ମୁହୂର୍ତ୍ତରେ ଯୋଗୀ ଆଦିତ୍ୟନାଥ ଏବଂ ତାଙ୍କ ପରିବାରବର୍ଗଙ୍କ ପ୍ରତି ସେ ଗଭୀର ସମବେଦନା ଜ୍ଞାପନ କରିଛନ୍ତି। ଦିବଙ୍ଗତ ଆତ୍ମାକୁ ଚିରଶାନ୍ତି ମିଳୁ ଏବଂ ଏହି କଷ୍ଟଦାୟକ ସମୟରେ ପରିବାର ଲୋକଙ୍କୁ ଧାର୍ଯ୍ୟ ଓ ସମ୍ବଳ ପ୍ରଦାନ କରନ୍ତୁ ବୋଲି ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ସାବିତ୍ରୀ ଦେବୀଙ୍କ ପରଲୋକ ହୋଇଛି। ଆଜି ଦିନ ୧୧ଟା ସମୟରେ ତାଙ୍କ ମାଆ ସାବିତ୍ରୀ ଦେବୀ ୯୧ ବର୍ଷ ବୟସରେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି । ଶନିବାର ହରିଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *