ରାଜ୍ୟର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ କରାଯିବା ନେଇ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। ଏନେଇ ସ୍ପଷ୍ଟୀକରଣ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ​

ସେ କହିଛନ୍ତି ଯେ, ସରକାରୀ ସ୍ତରରେ ନିର୍ବାଚନ କରାଇବା ନେଇ କୌଣସି ପ୍ରକାରର ଚୂଡ଼ାନ୍ତ ନିଷ୍ପତ୍ତି ଆସିନାହିଁ। ତେବେ ଉଚ୍ଚଶିକ୍ଷା ବିଭାଗ ସବୁବେଳେ ଛାତ୍ର ସଂସଦ ନିର୍ବାଚନ ପକ୍ଷରେ ରହିଆସିଛି ଏବଂ ଏହାକୁ ସକାରାତ୍ମକ ଦୃଷ୍ଟିଭଙ୍ଗୀରେ ଦେଖୁଛି।

ଦୀର୍ଘ ବର୍ଷ ଧରି ରାଜ୍ୟର ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଥିବାରୁ ଏହାକୁ ପୁନଃ ଚାଲୁ କରିବା ପାଇଁ ଛାତ୍ରସଂଗଠନଗୁଡ଼ିକ ପକ୍ଷରୁ ଦାବି ହୋଇଆସୁଛି। ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ ବିଭାଗୀୟ ସ୍ତରରେ ସମସ୍ତ ଦିଗକୁ ଧ୍ୟାନରେ ରଖି ଆଲୋଚନା ଜାରି ରହିଛି। ନିର୍ବାଚନ ପରିଚାଳନା ନେଇ ସମ୍ପୂର୍ଣ୍ଣ ରୂପରେଖ ସ୍ଥିର ହେବା ପରେ ଏବଂ ସଠିକ୍ ସମୟ ଆସିଲେ ସରକାରଙ୍କ ପକ୍ଷରୁ ଏହାର ଆନୁଷ୍ଠାନିକ ଘୋଷଣା କରାଯିବ।

Leave a Reply

Your email address will not be published. Required fields are marked *