ନିର୍ବାଚନ ପାଇଁ ଆଜି ଭୋଟ ଗଣତି ଆରମ୍ଭ ହୋଇଛି। ସକାଳ ୮ଟାରୁ ଗଣତି ଆରମ୍ଭ ହୋଇଥିବା ବେଳେ ଦିନ ୧୨ଟା ପର୍ଯ୍ୟନ୍ତ ଏନଡିଏ ଆଗରେ ରହିଥିବା ଦେଖାଯାଇଛି। ବର୍ତ୍ତମାନ ସୁଦ୍ଧା ୫୩୧ ସିଟର ଟ୍ରେଣ୍ଡ ସାମ୍ନାକୁ ଆସିଥିବାବେଳେ, ୨୮୫ ସିଟରେ ଆଗୁଆ ରହିଛି ଏନଡିଏ । ସେହିପରି ଇଣ୍ଡିଆ ମେଣ୍ଟ ୨୨୩ ଭୋଟରେ ଆଗୁଆ ରହିଛି ଏବଂ ଅନ୍ୟ ୨୩ଟି ସିଟରେ ଆଗୁଆ ରହିଛନ୍ତି ।

ଲୋକସଭାରେ ମୋଟ ୫୪୩ ଆସନ ଥିବା ବେଳେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ହେଉଛି ୨୭୨। କିଏ କ୍ଷମତା ଦଖଲ କରିବ ତାହା ଭୋଟ ଗଣତି ପରେ ଜଣାପଡ଼ିବ। ଆସିଥିବା ତଥ୍ୟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଏନଡିଏ ୨୮୦ ଆସନରେ ଆଗୁଆ ରହିଥିବା ବେଳେ ଇଣ୍ଡିଆ ମେଣ୍ଟ ୨୨୦ ଆସନରେ ଆଗୁଆ ରହିଛି। ତେବେ ବର୍ତ୍ତମାନ୍ ଟ୍ରେଣ୍ଡ ସୁଦ୍ଧା ଏନଡିଏ ମ୍ୟାଜିକ୍ ନମ୍ବର ପାର୍ କରୁଥିବା ଦେଖିବାକୁ ମିଳୁଛି । ୩୦୦ ଆସନ ଜିତିବା ପାଇଁ ବିଜେପି ଏବେ ସଂଘର୍ଷ କରୁଥିବା ବେଳେ ଗଣତି ଶେଷରେ କାହାର ପ୍ରଦର୍ଶନ କିଭଳି ରହିଲା ତାହା ସ୍ପଷ୍ଟ ହେବ।

ଯଦି ଏନଡିଏ ସରକାର ଗଠନ ହୁଏ ତେବେ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ଏବଂ କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିବାରେ ଦ୍ୱିତୀୟ ନେତା ହେବେ।

Leave a Reply

Your email address will not be published. Required fields are marked *