ନିର୍ବାଚନ ପାଇଁ ସମଗ୍ର ଦେଶରେ ଚାଲିଛି ଭୋଟ୍ ଗଣତି। ଏହାରି ମଧ୍ୟରେ ବିରାଟ ବ୍ୟବଧାନରେ ଅମିତ୍‌ ଶାହ ରହିଥିବା ନିର୍ବାଚନ ଆୟୋଗଙ୍କ ରିପୋର୍ଟରୁ ଜଣାପଡ଼ିଛି। ଗୁଜୁରାଟର ଗାନ୍ଧିନଗରରୁ ନିର୍ବାଚନ ଲଢ଼ୁଥିବା ଶ୍ରୀ ଶାହା ୫ ଲକ୍ଷ ୬୮ ହଜାର ଭୋଟ ବ୍ୟବଧାନରେ ରହିଛନ୍ତି। ୨୦୧୯ ନିର୍ବାଚନରେ ଶାହା ଏଠାରୁ ୫.୫୭ ଲକ୍ଷ ଭୋଟ ମାର୍ଜିନ୍‌ରେ ଜିତିଥିଲେ। ଦ଼୍ବିତୀୟ ଥର ପାଇଁ ପୁଣିଥରେ ସେ ଏହି ଆସନରୁ ଜିତିବା ନେଇ ଏକ ପ୍ରକାର ସ୍ପଷ୍ଟ ଜଣାପଡ଼ୁଛି।

ଶାହାଙ୍କ ବିପକ୍ଷରେ କଂଗ୍ରେସର ସୋନାଲ ପଟେଲ ଲଢ଼ୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୨୫ଟି ଲୋକ ସଭା ଆସନରେ ଗଣତି ଚାଲୁ ରହିଛି। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ରିପୋର୍ଟ ଅନୁସାରେ, ଗୁଜରାଟର ଗାନ୍ଧିନଗରରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଶାହ ୫ ଲକ୍ଷ ୬୮ ହଜାର ଭୋଟ୍ ବ୍ୟବଧାନରେ ଆଗରେ ଅଛନ୍ତି। ସେପଟେ ପୋରବନ୍ଦର ଆସନରୁ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଅ ମଧ୍ୟ ଆଗେଇ ଚାଲିଛନ୍ତି। ରାଜ୍ୟରେ ବିଜେପି ୨୪ଟି ଆସନରେ ଆଗରେ ଥିବାବେଳେ କଂଗ୍ରେସ ଗୋଟିଏ ଆସନରେ ଆଗୁଆ ରହିଛି।

Leave a Reply

Your email address will not be published. Required fields are marked *