ବିଜେଡି ରାଜ୍ୟରେ ପରାଜୟ ହେବା ପରେ ଭିକେ ପାଣ୍ଡିଆନ୍‌ଙ୍କୁ ନେଇ ଜାରି ରହିଥିବା ବିବାଦ ମଧ୍ୟରେ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗଣମାଧ୍ୟମ ଆଗରେ କହିଛନ୍ତି, ଗଣତନ୍ତ୍ରରେ ଜିତିବା, ହାରିବା ନିରନ୍ତର ପ୍ରକ୍ରିୟା। ଦୀର୍ଘଦିନ କ୍ଷମତାରେ ରହିବା ପରେ ହାରିବାକୁ ସ୍ବୀକାର କରୁଛୁ। ପରାଜୟ ସତ୍ତ୍ବେ ରାଜ୍ୟବାସୀଙ୍କ ପାଇଁ ସେବା ଜାରି ରଖିବି। ରାଜ୍ୟରେ ବିଜେଡିର ବିପର୍ଯ୍ୟୟ ଲାଗି ପାଣ୍ଡିଆନ୍‌ଙ୍କୁ ହିଁ ଦାୟୀ କରାଯାଉଛି । ପରାଜୟ ପାଇଁ ପାଣ୍ଡିଆନଙ୍କୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ। ଅଫିସର ଭାବେ କାମ କରି ଅବସର ନେଇ ବିଜେଡିରେ ମିଶିଥିଲେ। ସେ କୌଣସି ପଦ ପଦବୀରେ ନାହାନ୍ତି, ନିର୍ବାଚନ ଲଢ଼ି ନାହାନ୍ତି। ମୋ ଉତ୍ତରାଧିକାରୀ ପାଣ୍ଡିଆନ ନୁହଁନ୍ତି ଆଉ ଥରେ ସ୍ପଷ୍ଟ କରୁଛି।

ମୋ ଉତ୍ତରାଧିକାରୀ ଓଡ଼ିଶାବାସୀ ସ୍ଥିର କରିବେ। ନବୀନ ଅଫିସର ଭାବେ ପାଣ୍ଡିଆନ ୧୦ ବର୍ଷ ଭଲ କାମ କରିଛନ୍ତି। ବାତ୍ୟା ଓ କୋଭିଡ ସମୟରେ ଭଲ କାମ କରିଛନ୍ତି ପାଣ୍ଡିଆନ। ଭଲ କାମ କରି ଅବସର ନେଇ ରାଜନୀତିରେ ଯୋଗ ଦେଇଛନ୍ତି। ବିଜେଡହିରେ ଯୋଗ ଦେବା ପରେ ଦଳ ପାଇଁ ବହୁତ କାମ କରିଛନ୍ତି। ପାଣ୍ଡିଆନ ଜଣେ ସଚ୍ଚୋଟ ଓ ଦକ୍ଷ ବ୍ୟକ୍ତି।

ସୂଚନା ମୁତାବକ, ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ୨୪ ବର୍ଷର ସ୍ୱଚ୍ଛ ଶାସନ ସତ୍ତ୍ୱେ ଚଳିତ ନିର୍ବାଚନରେ ସେ ହାରିବାର ମୁଖ୍ୟ କାରଣ ପାଣ୍ଡିଆନ୍ ବୋଲି କୁହାଯାଉଛି । ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ଦଳ ମଧ୍ୟରେ ବହୁ ନେତା ମଧ୍ୟ ପାଣ୍ଡିଆନଙ୍କୁ ଦାୟୀ କରୁଛନ୍ତି ।

Leave a Reply

Your email address will not be published. Required fields are marked *