ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ସ୍ୱାଭାବିକ ସମୟର ୪ଦିନ ପୂର୍ବରୁ ମୌସୁମୀ ଓଡିଶା ଛୁଇଁଛି । ମାଲକାନଗିରିର ଅଧିକାଂଶ ଅଞ୍ଚଳରେ ମୌସୁମୀ ସକ୍ରିୟ ରହିଛି । କାଲି ରାତିଠୁ ମାଲକାନଗିରିର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଥିବା ବେଳେ ଆଜି ମୌସୁମୀ ବାୟୁ ସକ୍ରିୟ ରହିଛି। ପର୍ଯ୍ୟାୟକ୍ରମେ ରାଜ୍ୟର ଅନ୍ୟ ଅଞ୍ଚଳରେ ମୌସୁମୀ ସକ୍ରିୟ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଏହା ପୂର୍ବରୁ ଆସନ୍ତା ୨-୩ ଦିନ ମଧ୍ୟରେ ରାଜ୍ୟକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ ସମ୍ଭାବନା ଥିବା ସୂଚନା ମିଳିଥିଲା। ହେଲେ ସ୍ବାଭାବିକ ସମୟର ୪ ଦିନ ପୂର୍ବରୁ ଓଡ଼ିଶାରେ ମୌସୁମୀ ପହଞ୍ଚିଛି। ଗତ ୩୦ ତାରିଖରେ କେରଳ ଉପକୂଳ ଛୁଇଁଥିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏହାର ୮ ଦିନ ପରେ ଆଜି ଓଡ଼ିଶାରେ ପ୍ରବେଶ କରିଛି।

Leave a Reply

Your email address will not be published. Required fields are marked *