ନିମାପଡା ବିଧାୟକ ସମୀର ଦାଶଙ୍କୁ ବିରୋଧ ସହିତ କଳାପତାକା ପ୍ରଦର୍ଶନ । ପୋଲିସ ଉପସ୍ଥିତିରେ ପ୍ରତିବାଦକାରୀଙ୍କୁ ନିସ୍ତୁକ ମାଡ ମାରିଲେ ବିଧାୟକଙ୍କ ସମର୍ଥକ । ନିଜ ନିର୍ବାଚନମଣ୍ଡଳୀ ଏରବଂଗ ପଂଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମକୁ ବିଧାୟକ ଯାଉଥିଲେ । ଏହି ସମୟରେ ବିଧାୟକଙ୍କୁ ବିଜେପି କର୍ମୀ କଳାପତାକା ଦେଖାଇଥିଲେ । ପରେ ସମୀର ଦାସଙ୍କ ସମର୍ଥକ ଏହାକୁ ବିରୋଧ କରିଥିଲେ ।

ସମର୍ଥକଙ୍କ ଆକ୍ରମଣରେ ବିଜେପି ଯୁବମୋର୍ଚ୍ଚା ସଭାପତି ଆହତ ହୋଇଛନ୍ତି । ବଡ କଥା ହେଉଛି ଦୁଇ ପକ୍ଷ ମଧ୍ୟରେ ହାତାହାତି ବେଳେ ପୋଲିସ ଉପସ୍ଥିତ ଥାଇ ଦେଖୁଥିଲା । ଘଟଣାସ୍ଥଳରେ ଉତେଜନା ଦେଖାଦେଇଛି ।

ଏହା ପୂର୍ବରୁ ମଧ୍ୟ ସମୀର ଦାଶଙ୍କ ସମର୍ଥକଙ୍କ ଗୁଣ୍ଡାଗର୍ଦ୍ଦି ଖବର ସାମନାକୁ ଆସିଥିଲା । ବାରମ୍ବାର ବିରୋଧର ସମ୍ମୁଖୀନ ହୋଇ ସମୀର ଦାଶ ଓ ତାଙ୍କ ସମର୍ଥକ ରକ୍ତମୁଖା ହୋଇ ଯାଇଥିବା ଚର୍ଚ୍ଚା ହେଉଛି ।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *