ପ୍ରଶାନ୍ତ ଜଗଦ୍ଦେବଙ୍କ ଇଭିଏମ ଭାଙ୍ଗିବା ମାମଲାରେ ଅପରାଜିତାଙ୍କ ଡ୍ରାଇଭରକୁ ମିଛ କହିବାକୁ ବାଧ୍ୟ କରୁଛି ପୋଲିସ । ଘାଟିକିଆ ନିବାସୀ ବନମାଳୀ ଅପରଜିତଙ୍କ ଗାଡି ଡ୍ରାଇଭର ଉପରେ ଚାପ ପୋଲିସ ଚାପ ପକାଇଥିବାର ଅଭିଯୋଗ ହୋଇଛି। ଡ୍ରାଇଭରଙ୍କ କହିବା ଅନୁଯାୟୀ ପୋଲିସ ତାଙ୍କୁ ରାତି ଅଧରେ ଉଠାଇ ମାଡମାରି ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ବୟାନ ଦେବା ପାଇଁ ଧମକ ଚମକ ଦେଇ ବାଧ୍ୟ କରୁଛି । ଏପରିକି ପୋଲିସ ମାଡ଼ ମାରିବା ସହ ମିଥ୍ୟା କେଶରେ ଫସାଇଦେବା ଡରରେ ସେ ଓ ତାଙ୍କ ପରିବାର ମଧ୍ୟ ଆତଙ୍କିତ ଅବସ୍ଥାରେ ଅଛନ୍ତି।

ଗତ ୨୫ ତାରିଖ ଦିନ କାଉଁରିପାଟଣା ବୁଥ୍ ରେ ଇଭିଏମ୍ ଭଙ୍ଗାରୁଜା ବେଳେ ସେ ସେଠାରେ ନଥିଲେ, ବରଂ ଗାଡ଼ି ଭିତରେ ଅପେକ୍ଷା କରିଥିଲେ ବୋଲି ବାରମ୍ବାର କହିଥିଲେ ମଧ୍ୟ ପୋଲିସ୍ ତାଙ୍କ କଥା ଆଦୌ ଶୁଣିନଥିଲା। ତେବେ କେଉଁଠିକାର ପୋଲିସ ତାଙ୍କ ଉପରେ ଚାପ ପକାଇଥିଲା, ସେ ନେଇ କିଛି ଜାଣିପାରି ନଥିବାବେଳେ ଗତକାଲି ରାତିରେ ତାଙ୍କୁ ଧମକାଇଥିବା ୪ଜଣ ପୋଲିସ କର୍ମଚାରୀଙ୍କୁ ଦେଖିଲେ ନିଶ୍ଚେ ଚିହ୍ନି ପାରିବେ ବୋଲି କହିଛନ୍ତି।

ବନମାଳି ଆଉ ମଧ୍ଯ କହିଛନ୍ତି- ଜଗଦ୍ଦେବ ଇଭିଏମ୍ ଭାଙ୍ଗିଥିବା ବୟାନ ଦେବାକୁ ପୋଲିସ୍ ତାଙ୍କ ଉପରେ ଜୁଲମ କରିଛି ଓ ଡରରେ ସେ ଜଗଦ୍ଦେବଙ୍କ ବିରୋଧରେ ମନ୍ତବ୍ୟ ରଖିଛନ୍ତି, ଯାହାକୁ ପୋଲିସ୍ ମୋବାଇଲରେ ବି ରେକର୍ଡ କରିଛି ।

ବିଜେପି ଏହି ସବୁ ଅଭିଯୋଗ ସହିତ ପ୍ରମାଣରେ ଏନେଇ ଏକ ଅଡିଓ କ୍ଲିପ ମଧ୍ୟ ଜାରି କରିଛି ବିଜେପି । ଯେଉଁଥିରେ ଡ୍ରାଇଭର ଓ ଅନ୍ୟ ଜଣେ ବ୍ୟକ୍ତି କଥା ହେଉଥିବାର ଶୁଣିବାକୁ ମିଳିଛି ।

ତେବେ ଆଜି ଏହି ସବୁ କାରଣ ନେଇ ବିଜେପି, ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟ ଘେରାଉ କରିଛି । ଇଭିଏମ ଭଙ୍ଗାରୁଜା ମାମଲାରେ ଜଗଦ୍ଦେବଙ୍କ ଗିରଫ ପୂର୍ବରୁ କାହିଁକି ସିସିଟିଭି ଯାଞ୍ଚ କରାଗଲା ନାହିଁ ବୋଲି ପ୍ରଶ୍ନ କରିଛି ବିଜେପି । ସିସିଟିଭି ରେ ବିଧାୟକ ପ୍ରଶାନ୍ତ ଜଗଦେବ ଯଦି ଭୁଲ ତାହାଲେ ସିସିଟିଭି ଫୁଟେଜ କାହିଁକି ଲୋକଲୋଚନକୁ ଅଣାଯାଉ ନାହିଁ?

ସିସିଟିଭି ଫୁଟେଜ ସାର୍ବଜନୀନ ହେବା ନିତ୍ୟାନ୍ତ ଆବଶ୍ୟକ କହି ରାଜରାସ୍ତାରେ ଗର୍ଜିଛନ୍ତି ବିଜେପି କର୍ମୀ । ଏହା ସହିତ ସେମାନେ ବହୁରି ମଧ୍ୟ କହିଛନ୍ତି ଯେ ଉକ୍ତ ଦିନ ଭୋଟିଂ ବେଳେ ଉପସ୍ଥିତ ଥିବା ଗ୍ରାମବାସୀ ସ୍ପଷ୍ଟ ଭାବେ କହୁଛନ୍ତି ବିଧାୟକ ଜଗଦେବ କୌଣସି ଇଭିଏମ ଭାଙ୍ଗି ନାହାନ୍ତି । ତେବେ କେଉଁ ଆଧାରରେ ଜଗଦ୍ଦେବଙ୍କୁ ଗିରଫ କରିଛି ପୋଲିସ ତାହାର ଜବାବ ମାଗିଛି ବିଜେପି ।

Leave a Reply

Your email address will not be published. Required fields are marked *