ପୁଣି ରାଜ୍ୟରେ ଦେଖିବାକୁ ମିଳିଛି ବିଜେଡି ନେତାଙ୍କ ଗୁଣ୍ଡା ରାଜ। ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ଡ଼କ୍ଟର ସୁବାଷ ସାହୁ ଏବଂ ତାଙ୍କ ୫ ସାଥିଙ୍କୁ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ତୋଟାପଡା ଛକରେ ମରଣାନ୍ତକ ଆକ୍ରମଣ କଲେ ବିଜେଡି ଗୁଣ୍ଡାମାନେ।

ତାଙ୍କ ଗାଡ଼ିରେ ବିଜେପି ପତାକା ଦେଖି ପୋଲିସ ଉପସ୍ଥିତରେ ସଙ୍ଘବଦ୍ଧ ଭାବେ ବିଜେଡି ଗୁଣ୍ଡାମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଆକ୍ରମଣକାରୀମାନେ ଡ଼କ୍ଟର ସୁବାଷ ସାହୁଙ୍କ ଗାଡିକୁ ସମ୍ପୂର୍ଣ୍ଣ ଭଙ୍ଗାରୁଜା କରିଦେଇଥିବା ବେଳେ ତାଙ୍କ ହାତକୁ ଇଟା ପଥରରେ ଛେଚି ଭାଙ୍ଗି ଦେଇଥିବା ଜଣା ପଡ଼ିଛି। ତାଙ୍କ ସମର୍ଥକ ମାନଙ୍କୁ ମଧ୍ୟ ଗୁରୁତର ଭାବେ ଆକ୍ରମଣ କରିଛନ୍ତି ବିଜେଡି ଗୁଣ୍ଡାମାନେ ବୋଲି ଜଣା ପଡ଼ିଛି।

ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ବିଜେପି ପକ୍ଷରୁ ଥାନାରେ ଅଭିଯୋଗ ଦାଖଲ ହୋଇଛି। ନିର୍ବାଚନ ହାରିବା ଭୟରେ ବିଜେଡି ରକ୍ତମୁଖା ହେବା ସହ ଏଭଳି ହିଂସା ଘଟାଉଥିବା ବିଜେପି ଅଭିଯୋଗ କରିଛି। ଏହାସହ ଘଟଣାର ତୁରନ୍ତ ତଦନ୍ତ କରି ଅଭିଯୁକ୍ତଙ୍କୁ ଧରାଯାଉ ବୋଲି ବିଜେପି ଦାବି କରିଛି।

By Nirvay

Leave a Reply

Your email address will not be published. Required fields are marked *