କେନ୍ଦ୍ରାପଡା : ଗତ କିଛିଦିନ ତଳେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରଲ ହୋଇଥିଲା, ଯେଉଁଥିରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ସମୟରେ ଏକ ଆମ୍ବୁଲାନ୍ସକୁ ବାଟ ଛାଡ଼ିଥିଲା । ସେଥିରେ ମୁଖ୍ୟମନ୍ତ୍ରୀଙ୍କ ଉଦାର ହୃଦୟ ବିଷୟରେ ସମସ୍ତେ ଗୁଣଗାନ କରିଥିଲେ । ହେଲେ ଏବେ ସେ ଉଦାର ହୃଦୟ କେଉଁଠି ?

ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରାପଡ଼ାଗସ୍ତ ବେଳେ ଫସିଲା ୨ଟି ଆମ୍ବୁଲାନ୍ସ । ପଟ୍ଟାମୁଣ୍ଡାଇ ବାରୁଅଠାରେ ଘଣ୍ଟାଏରୁ ଅଧିକ ସମୟ ଧରି ଫସି ରହିଥିଲା । ଆଜି ବାରୁଅରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ସଭା ଚାଲିଥିଲା। ଏହି ସମୟରେ କଟକ-ଚାନ୍ଦବାଲି ରାସ୍ତାରେ ପ୍ରବଳ ଟ୍ରାଫିକ ଜାମ୍ ହୋଇଯାଇଥିଲା। ଆଉ ଏଥିରେ ଗୋଟିଏ ୧୦୮ ଆମ୍ବୁଲାନ୍ସ ଓ ଅନ୍ୟ ଏକ ଘରୋଇ ଆମ୍ବୁଲାନ୍ସ ଫସି ଯାଇଥିଲା।

ଦୁଇଟା ଆମ୍ବୁଲାନ୍ସରେ ୩ ଜଣ ରୋଗୀ ଗୁରୁତର ଅବସ୍ଥାରେ ଥିଲେ। ଏଥିରେ ଜଣେ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତି ବି ଥିଲେ।ଆମ୍ବୁଲାନ୍ସ ଡ୍ରାଇଭର୍, ସ୍ଥାନୀୟ ବାସିନ୍ଦା ଯେତେ ଚେଷ୍ଟା କରିବା ପରେ ବି କୌଣସି ଫଳ ମିଳିନଥିଲା। ଶେଷରେ ଘଣ୍ଟାଏ ପରେ ଟ୍ରାଫିକ୍ ଜାମ୍ ହଟିଲା ଏବଂ ଆମ୍ବୁଲାନ୍ସ ସେଠୁ ବାହାରିଥିଲା। ଆଜି କଣ ପାଇଁ ମୁଖ୍ୟମନ୍ତ୍ରୀ ଉଦାର ହୃଦୟ ଦେଖେଇ ଆମ୍ବୁଲାନ୍ସକୁ ବାଟ ଛାଡ଼ିନଥିଲେ? କଣ ରୋଗୀର ଜୀବନ ଅପେକ୍ଷା ଦଳୀୟ ପ୍ରଚାର ବହୁତ ବଡ?

By SonaliP

Leave a Reply

Your email address will not be published. Required fields are marked *