ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ କିର୍ବା ଛକରେ ଗୁଳିକାଣ୍ଡ ଘଟି ଜଣେ ମାଂସ ଦୋକାନୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଏମ୍ଡି ଅନିଶ । ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ପ୍ରାରମ୍ଭିକ ତଦନ୍ତ ଅନୁଯାୟୀ, ଏମ୍ଡି ଅନିଶଙ୍କ ମାଂସ ଦୋକାନରେ ରାଜା ସ୍ୱାମୀ କାମ କରୁଥିଲା । ବ୍ୟକ୍ତିଗତ କଳହକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଅଭିଯୋଗ ଅନୁସାରେ, ରାଜା ଏକ ଅଟୋରେ ଆସି ଅନିଶଙ୍କ ଉପରକୁ ବନ୍ଧୁକରୁ ଗୁଳି ଚଳାଇଥିଲା । ଘଟଣାସ୍ଥଳରେ ୩ ରାଉଣ୍ଡ ଗୁଳି ଚାଲିଥିବା ଜଣାପଡ଼ିଛି । ଗୁଳିମାଡ଼ରେ ଅନିଶଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ରାଜାକୁ ଗିରଫ କରିଥିବାବେଳେ ତାକୁ ପଚରାଉଚରା କରି ଘଟଣାର କାରଣ ଓ ଅନ୍ୟାନ୍ୟ ଦିଗ ନେଇ ତଦନ୍ତ ଜାରି ରଖିଛି । Post navigation New Rules for Plus II Exams: ଯୁକ୍ତ ୨ ପରୀକ୍ଷାକୁ ନେଇ ନୂଆ ନିଷ୍ପତ୍ତି, ଏଣିକି ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ବି ଦେବେ ଇଣ୍ଟରନାଲ