ରାଜଧାନୀରେ ପୁଣି ହିଟ୍ ଆଣ୍ଡ୍‌ ରନ୍‌ । କଟକ-ପୁରୀ ବାଇପାସ୍‌ ରୋଡ୍‌ ପାଣ୍ଡରା ଛକରେ ଅଟୋକୁ ଘୋଷାଡ଼ି ନେଲା ଟ୍ରକ୍‌ । ଏନ୍‌ଏଚ୍‌ରେ ୫୦ରୁ ୬୦ ମିଟର ଯାଏଁ ଅଟୋକୁ ଘୋଷାଡ଼ି ନେଲା ଟ୍ରକ୍ । ଭାରସାମ୍ୟ ହରାଇ ଅଟୋ ତଳକୁ ଖସି ଦୋକାନ ଭିତରକୁ ପଶିଗଲା ।

ଏହି ଦୁର୍ଘଟଣାରେ ଅଟୋରେ ଥିବା ଯାତ୍ରୀ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ଘଟାଇବା ପରେ ଟ୍ରକ୍‌ ଫେରାର ହେବା ବେଳେ ଟ୍ରକ୍‌ ଜଣେ ବାଇକ୍‌ ଆରୋହୀଙ୍କୁ ବି ଧକ୍କା ଦେଇଛି । ଏହାପରେ ସ୍ଥାନୀୟ ଲୋକ ଗୋଡାଇ ଗୋଡାଇ ଟ୍ରକ୍‌କୁ ଧରିବା ପରେ ବେପରୁଆ ଟ୍ରକ୍ ଡ୍ରାଇଭରଙ୍କୁ ପିଟିଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *