ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ପରେ ପରେ ଏବେ ଲକ୍ଷ୍ମୀ ବସ ଯୋଜନାକୁ ନେଇ ଦ୍ଵନ୍ଦରେ ରାଜ୍ୟବାସୀ । ଗ୍ରାମାଞ୍ଚଳରୁ ସହରକୁ ପରିବହନ ସୁବିଧା ଦେବା ନିମନ୍ତେ ପୂର୍ବତନ ରାଜ୍ୟସରକାର କମ ମୂଲ୍ୟରେ ଲକ୍ଷ୍ମୀ ବସ ଯୋଜନା ଆରମ୍ଭ କରିଥିଲେ। ଯେଉଁଠି ମହିଳାମାନେ ମାତ୍ର ୫ ଟଙ୍କାରେ ନିଜ ଗାଁରୁ ନିଜ ବ୍ଲକ ସଦର ମହକୁମାକୁ ଯାତାୟତ କରିପାରୁଛନ୍ତି। ଚଳିତବର୍ଷ ନିର୍ବାଚନରେ ବିଜେଡି ହାରିବା ପରେ ନୂତନ ସରକାର ଆସିବା ପୂର୍ବରୁ ସୋସିଆଲ ମିଡିଆରେ ବିଭିନ୍ନ ଯୋଜନାକୁ ନେଇ ଗୁଜବ ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି । ସେହିପରି ବିଜେଡି ସରକାର କରିଥିବା ଲକ୍ଷ୍ମୀ ବସରୁ ଆଜି ଲକ୍ଷ୍ମୀ ଲୋଗ ଷ୍ଟିକର ଲିଭାଜିବା ଦୃଶ୍ୟ ଦେଖିବାକୁ ମିଳିଛି। କିନ୍ତୁ ଏହି ଷ୍ଟିକର କିଏ କାଢ଼ିଲା ଏବଂ କାହା ନିର୍ଦେଶରେ କଢ଼ାଗଲା କାହାପାଖରେ ଖବର ନାହିଁ।

ସୁଚନା ମୁତାବକ, ଆଜି ହଠାତ ସକାଳୁ ସ୍ଥାନୀୟ ଅଞ୍ଚଳରେ ଚାଲିଥିବା ଲକ୍ଷ୍ମୀ ବସରେ ଆଉ ଲକ୍ଷ୍ମୀ ଷ୍ଟିକର ଲୋଗ ନର୍ତ୍ତକୀ ଷ୍ଟିକର ଉଭାନ ହୋଇଯାଇଛି। ସମ୍ପୂର୍ଣ୍ଣ ଧଳା ରହିଛି। କୌଣସି ଷ୍ଟିକରର ଚିହ୍ନ ବର୍ଣ୍ଣ ନାହିଁ। ହେଲେ ଏହି ଷ୍ଟିକର କିଏ କାଢ଼ିଲା ଏବଂ କାହା ନିର୍ଦେଶରେ କଢ଼ାଗଲା କାହାପାଖରେ ଖବର ନାହିଁ। ବସ କର୍ମଚାରୀ କିଛି ଜାଣି ନାହାନ୍ତି। କାରଣ ବସ ନିଜ ରୁଟ ସାରି ଫେରି ସ୍ଥାନୀୟ ବ୍ଲକ ପରିସରରେ ବସକୁ ରଖି ନିଜ ନିଜ ଘରକୁ ଯାଇଥାନ୍ତି। ତେଣୁ ସେମାନେ ଜାଣି ନଥିବା କହିଛନ୍ତି। ଆଗକୁ ଏହି ବସ ଚାଲିବ କି ନାହିଁ ସମସ୍ତେ ଦ୍ଵନ୍ଦରେ ରହିଛନ୍ତି ରାଜ୍ୟବାସୀ ।

Leave a Reply

Your email address will not be published. Required fields are marked *