ଓଡ଼ିଶାରେ ଦୀର୍ଘ ୨୪ବର୍ଷ ଶାସନରେ ରହିବା ପରେ ଏବେ ରାଜ୍ୟରେ ଖୁବ୍‌ଶୀଘ୍ର ଭାଜପା ସରକାର ଗଢିବାକୁ ଯାଉଛି। ଏହାପୂର୍ବରୁ ସିଏମ୍‌ଓରୁ ଇସ୍ତଫା ଦେଇଛନ୍ତି ୨ ଅବସରପ୍ରାପ୍ତ ଆଇଏଏସ୍‌। ସିଏମ୍‌ଓ ମୁଖ୍ୟ ଉପଦେଷ୍ଟ ପଦରୁ ସୁରେଶ ମହାପାତ୍ର ଏବଂ ସ୍ପେଶାଲ ଇନିସିଏଟିଭ୍‌ ଉପଦେଷ୍ଟା ପଦରୁ ଆର୍‌ ବାଲକ୍ରିଷ୍ଣନ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବାପରେ ଦୁହେଁ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ସୂଚନା ମିଳିଛି।

୧୭ ନଭେମ୍ବର ୨୦୨୩ରେ ସୁରେଶ ମହାପାତ୍ର ସିଏମଓର ମୁଖ୍ୟ ଉପଦେଷ୍ଟା ନିଯୁକ୍ତି ପାଇଥିଲେ। ନୂଆ ଦାୟିତ୍ୱ ମିଳିବା ପରେ ସେ ଓଇଆରସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ତାଙ୍କୁ ନୂଆ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଥିଲେ ରାଜ୍ୟ ସରକାର।

ଫେବ୍ରୁଆରି ୨୮ ତାରିଖରେ ମୁଖ୍ୟ ଶାସନ ସଚିବ ପଦବୀରୁ ଅବସର ନେବା ପରେ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଓଇଆରସି ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଥିଲା। ବ୍ୟକ୍ତିଗତ କାରଣ ଦର୍ଶାଇ ସୁରେଶ ମହାପାତ୍ର ଓଇଆରସିର ଅଧ୍ୟକ୍ଷ ପଦବୀ ଛାଡ଼ିବାର ମାତ୍ର କିଛି ଘଣ୍ଟା ମଧ୍ୟରେ ତାଙ୍କୁ ନୂଆ ଦାୟିତ୍ଵ ମିଳିଥିଲା।

Leave a Reply

Your email address will not be published. Required fields are marked *