ଓଡ଼ିଶାରେ ବିଜେପି ସରକାର ଗଢ଼ିବାକୁ ଯାଉଛି ଯାଉଥିବା ବେଳେ ଆଜି ରାଜ୍ୟରେ ବିଜେପିର ବିପୁଳ ବିଜୟ ପରେ ସମ୍ବଲପୁରର ବିଜୟୀ ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ର ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି ଲୋକେ ବିକଳ୍ପ ଖୋଜୁଥିଲେ। ନିର୍ଦ୍ଦିଷ୍ଟ ରଣନୀତି କରି ବିଜେଡିକୁ ଆକ୍ରମଣ କରିଥିଲୁ ଓ ସଫଳ ହେଲୁ। ଲୋକଙ୍କ ଭିତରେ କ୍ରୋଧ ଥିଲା। ଡାକ୍ତର, ଶିକ୍ଷକ ନାହାନ୍ତି, ଧାନମଣ୍ଡି ଇସ୍ୟୁ ମୁଖ୍ୟ ପ୍ରସଙ୍ଗ ଥିଲା। କିନ୍ତୁ ଲୋକଙ୍କ ପାଖରେ ବିକଳ୍ପ ନଥିଲା, ଲୋକେ ବିକଳ୍ପ ଖୋଜୁଥିଲେ ।

ମୁଖ୍ୟମନ୍ତ୍ରୀ କିଏ ହେବ ପ୍ରସଙ୍ଗରେ ଜୟନାରାୟଣ କହିଛନ୍ତି ଯିଏ ବି ମୁଖ୍ୟମନ୍ତ୍ରୀ ହେବ, ନବୀନଙ୍କ ଠାରୁ ଭଲ ହେବ। ଜଣେ ଓଡ଼ିଆ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହେବେ, ଓଡ଼ିଆରେ କହିପାରୁଥିବେ। ଓଡ଼ିଶାର ବିକାଶ ଓ ଏକ ନମ୍ବର ରାଜ୍ୟ କରିବା ଆମର ଲକ୍ଷ୍ୟ। ତେବେ ଶ୍ରୀମନ୍ଦିର ପ୍ରସଙ୍ଗରେ କହିଛନ୍ତି ରତ୍ନଭଣ୍ଡାର ଚାବି ବାହାର କରିବୁ। କୋଷ୍ଟାଲ ହାଇୱେ ନିର୍ମାଣ କରିବୁ। କୌଣସି ଅଭିଯୁକ୍ତଙ୍କୁ ଛଡ଼ାଯିବନି ବୋଲି କହିଛନ୍ତି ଜୟନାରାୟଣ।

ଜୟନାରାୟଣ କହିଥିଲେ, ନିର୍ଦ୍ଦିଷ୍ଟ ରଣନୀତି କରି ବିଜେଡିକୁ ଆକ୍ରମଣ କରିଥିଲୁ ଓ ସଫଳ ହେଲୁ। ଲୋକଙ୍କ ଭିତରେ କ୍ରୋଧ ଥିଲା। ରାଜ୍ୟରେ ଡାକ୍ତର ନାହାନ୍ତି। ଶିକ୍ଷକ ନାହାନ୍ତି। ଧାନମଣ୍ଡି ପ୍ରସଙ୍ଗ ବି ଉଠାଇଥିଲୁ। ଲୋକଙ୍କ ପାଖରେ ବିକଳ୍ପ ନଥିଲା। ଲୋକେ ବିକଳ୍ପ ଖୋଜୁଥିଲେ।

ପାଣ୍ଡିଆନ ନିଖୋଜ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଜୟନାରାୟଣ କହିଥିଲେ- ସେ ଜେଲ୍‌ ଯିବେ। ତାଙ୍କୁ ପୁଲିସ ଖୋଜିବ। ନବୀନ ହିଁ ମୁଖ୍ୟ ଦୋଷୀ। ଅନ୍ୟ ମୁଣ୍ଡରେ ଦୋଷ ଦେଇ ଖସି ପାରିବେନି ନବୀନ। ପାଣ୍ଡିଆନଙ୍କୁ କିଏ ନିଯୁକ୍ତି କରିଥିଲା। ନବୀନ ହିଁ ତାଙ୍କ ନିଯୁକ୍ତିଦାତା। ପାଣ୍ଡିଆନଙ୍କ ମୁଣ୍ଡରେ ଦୋଷ ଦେଇ ସେ ଖସିଯାଇ ପାରିବେ ନାହିଁ। ପାଣ୍ଡିଆନ ଯେତିକି ଦାୟୀ, ନବୀନ ବି ସେତିକି ଦାୟୀ।

Leave a Reply

Your email address will not be published. Required fields are marked *