ବ୍ରହ୍ମପୁରର ଦିବଙ୍ଗତ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କ ସାନଭାଇ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘ ମାସେ ଧରି ଚିକିତ୍ସା ଚାଲିବା ପରେ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଆଖି ବୁଜିଛନ୍ତି।

୨୦୨୫ ଅକ୍ଟୋବର ୬ ତାରିଖରେ ବ୍ରହ୍ମପୁରରେ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରାଯିବା ପରଠାରୁ ଭାଇ ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ନ୍ୟାୟ ପାଇଁ ସେ ଲଗାତାର ଆଇନଗତ ଲଢ଼େଇ ଚଳାଇଥିଲେ। ଦୀର୍ଘଦିନ ଧରି ଆଇନଗତ ପଥରେ ସଂଗ୍ରାମ କରୁଥିବା ପୂର୍ଣ୍ଣଚନ୍ଦ୍ରଙ୍କ ଅକାଳ ବିୟୋଗରେ ପରିବାର ସହିତ ବ୍ରହ୍ମପୁର ଓ ଆଖପାଖ ଅଞ୍ଚଳରେ ଶୋକର ବାତାବରଣ ସୃଷ୍ଟି ହୋଇଛି।

,

Leave a Reply

Your email address will not be published. Required fields are marked *