ରାଜଧାନୀ ଭୁବନେଶ୍ୱରରେ ଦୁର୍ନୀତି ବିରୋଧରେ ସିବିଆଇର ବଡ଼ କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି। ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡ଼ିଲେ ୨ ଜିଏସ୍ଟି ଅଧିକାରୀ। ୩ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଜିଏସ୍ଟି ଅଧିକାରୀମାନେ ସିବିଆଇ ଟିମ୍ ହାତରେ ଧରାପଡ଼ିଛନ୍ତି। ଭୁବନେଶ୍ୱରସ୍ଥିତ ଜିଏସ୍ଟି ଅଫିସର ୨ ସୁପରିଣ୍ଟେଣ୍ଡେଣ୍ଟ ଲାଞ୍ଚ କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୂର୍ବ ପ୍ରସ୍ତୁତ ଯୋଜନା ଅନୁଯାୟୀ ସିବିଆଇ ଜାଲ ବିଛାଇଥିଲା। ୩ ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ସିବିଆଇ ଅଧିକାରୀମାନେ ଅଚାନକ ଚଢ଼ାଉ କରି ସେମାନଙ୍କୁ କାବୁ କରିଥିଲେ। ଏହି ଘଟଣାକୁ ନେଇ ଜିଏସ୍ଟି ବିଭାଗ ମହଲରେ ତୀବ୍ର ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ବେଳେ ସିବିଆଇ ପକ୍ଷରୁ ଅଧିକ ତଦନ୍ତ ଓ ତଲାସୀ ପ୍ରକ୍ରିୟା ଜାରି ରହିଛି। Post navigation Kartik Purnima 2026: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା