ଆସନ୍ତା ୪ ତାରିଖରୁ ଖଣ୍ଡଗିରି ମେଳା। ଏନେଇ ରାଜଧାନୀରେ ଜୋରସୋର ପ୍ରସ୍ତୁତି ଚାଲିଛି । ଏବେଠୁ ଖଣ୍ଡଗିରି ମୁହାଁ ହେଲେଣି ସାଧୁସନ୍ଥ । ଯଜ୍ଞ କୁଣ୍ଡ ଓ ସାଧନାସ୍ଥଳ ପ୍ରସ୍ତୁତିରେ ଲାଗିଛନ୍ତି । ଖଣ୍ଡଗିରି ଗୁମ୍ଭାରୁ ଶୁଭିଲାଣି ବାବାଙ୍କ ମନ୍ତ୍ରପାଠ। ଆଜି ବସନ୍ତ ପଞ୍ଚମୀ ଅବସରରେ କିଛି ସାଧୁ ଆରମ୍ଭ କରିଛନ୍ତି ପୂଜାର୍ଚ୍ଚନା । ଅନ୍ୟପଟେ ମେଳା ପାଇଁ ବ୍ୟବସାୟୀମାନେ ବିଏମ୍ସିକୁ ବଇନା ଦେଇସାରିଲେଣି। କିଛି ଚିହ୍ନଟ ସ୍ଥାନରେ ପାଲ ବନ୍ଧାହେଲାଣି। ପାହାଡ଼ ତଳେ ନାଗାବାବା ଆସ୍ଥାନ ଜମାଇଲେଣି। ବାବାଙ୍କଠାରୁ ଆଶିଷ ପାଇବାକୁ ଭକ୍ତମାନେ ମଧ୍ୟ ପହଞ୍ଚୁଛନ୍ତି। Post navigation ମଣ୍ଡିକୁ ଗଲେ ଭଦ୍ରକ ଜିଲ୍ଲାପାଳ; ମିଲରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ: ଦିବ୍ୟାଙ୍ଗ ବାଳକକୁ ଦେଖି ଚିକିତ୍ସା ପାଇଁ ହସ୍ପିଟାଲ ପଠାଇଲେ ମୁଖ୍ୟମନ୍ତ୍ରୀ