ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଗୁରୁବାର ପୂର୍ବାହ୍ନ ୧୧ଟାରେ ହୀରାକୁଦ ଡ୍ୟାମରୁ ନିଷ୍କାସନ କରାଯାଇଛି। ପ୍ରଥମ ଗେଟ୍‌ ଖୋଲିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପୂର୍ବ ଘୋଷଣା ଅନୁଯାୟୀ ପୂଜାପାଠ ପରେ ପାରମ୍ପରିକ ରୀତିନୀତି ମଧ୍ୟରେ ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଥିଲା। ପରେ ପର୍ଯ୍ୟାୟକ୍ରମେ ମୋଟ ୪ଟି ଗେଟ୍ ବାମ ପାର୍ଶ୍ୱରେ ୩ଟି ଓ ଡାହାଣ ପାର୍ଶ୍ୱରେ ୧ଟି ଖୋଲି ବନ୍ୟାଜଳ ଛାଡ଼ାଯାଇଛି। ଆଜି ଆଉ ୫ଟି ଗେଟ୍‌ ଖୋଲାଯିବ ନେଇ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *