ଭୁବନେଶ୍ୱର : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସହ୍ୟ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ଆଉଟୁ ପାଉଟୁ ହେଉଛି। ଆସନ୍ତା ୫ଦିନ ଯାଏଁ ତାତି ଓ ଗୁଳୁଗୁଳିରୁ ନିସ୍ତାର ନାହିଁ। ଉପକୂଳ ଓଡିଶାରେ ପ୍ରବଳ ଗୁଳୁଗୁଳି ଓ ତାତି ରହିବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ ,୩ ଦିନ ଯାଏଁ ପଶ୍ଚିମ ଓଡିଶାରେ ହିଟୱେଭ ଜାରି ରହିବ। ହିଟୱେଭ ନେଇ ବଲାଙ୍ଗୀର, ବରଗଡ ଜିଲ୍ଲାକୁ କମଳା ସତର୍କତା ଜାରି କରାଯାଇଛି। ସେହିପରି କଳାହାଣ୍ଡି, ନୂଆପଡା, ସୁବର୍ଣ୍ଣପୁର ଜିଲ୍ଲାକୁ ହଳଦିଆ ସତର୍କତା ଜାରି କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଓଡିଶାକୁ ମୌସୁମୀ ଆସିବା ନେଇ କୌଣସି ଆକଳନ କରାଯାଇନି। ଏପଟେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୫ ଡିଗ୍ରୀ ଉପରେ ୩ ସହର ରହିଛି । ଟିଟିଲାଗଡ଼ ରାଜ୍ୟର ରାଜ୍ୟର ଉତ୍ତପ୍ତ ସହର ଭାବେ ୪୬ ଡିଗ୍ରୀ ରେକର୍ଡ ହୋଇଛି । ସେହିଭଳି ବରଗଡ଼ ୪୫.୮ ଡିଗ୍ରୀ , ବଲାଙ୍ଗୀର ୪୫.୫ ଡିଗ୍ରୀ ରେକର୍ଡ ହୋଇଛି । ଅନ୍ୟପଟେ ୧୨ ସହରରେ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

 

By SonaliP

Leave a Reply

Your email address will not be published. Required fields are marked *