ନୂଆଦିଲ୍ଲୀ : ଏନଡିଏ ସରକାରକୁ ପୁଣି ନିର୍ବାଚିତ କରିବାକୁ ରେକର୍ଡ ସଂଖ୍ୟକ ଭୋଟ୍ କରିଛନ୍ତି ଜନତା । ଏହା ଆତ୍ମବିଶ୍ୱାସର ସହ କହିପାରେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଅନ୍ତିମ ପର୍ଯ୍ୟାୟ ମତଦାନ ସରିବା ପରେ ମୋଦି ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ଦେଶବାସୀ ଆମ ଟ୍ରାକ ରେକର୍ଡ, କାର୍ଯ୍ୟଶୈଳୀ, ଅର୍ଥନେତିକ ସଂସ୍କାର ଆଦି ଦେଖିଛନ୍ତି ।

ଏହା ସହ ଇଣ୍ଡି ମେଣ୍ଟକୁ କଡା ସାଲୋଚନା କରି ମୋଦି ଲେଖିଛନ୍ତି ଯେ, ସୁବିଧାବାଦୀ ଇଣ୍ଡି ମେଣ୍ଟ ଭୋଟରଙ୍କ ମନକୁ ଜିତିବାରେ ବିଫଳ ହୋଇଛି । ସେମାନେ ଜାତିଆଣ ସାମ୍ପ୍ରଦାୟିକ ଏବଂ ଭ୍ରଷ୍ଟାଚାରୀ । ପ୍ରଚାର ବେଳେ ସେମାନେ କେବଳ ଗୋଟିଏ କାମ କରିଥିଲେ, ତାହା ହେଉଛି ମୋଦିର ନିନ୍ଦା । ଏଭଳି ବିକାଶ ବିରୋଧୀ ରାଜନୀତିକୁ ଜନତା ପ୍ରତ୍ୟାଖାନ କରିଛନ୍ତି । ଏହା ଏନଡିଏ କାର୍ଯ୍ୟକର୍ତ୍ତା, ସୁରକ୍ଷା କର୍ମୀ ଓ ନିର୍ବାଚନ କମିସନକୁ ସାଧୁବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

By SonaliP

Leave a Reply

Your email address will not be published. Required fields are marked *