ରାଜ୍ୟରେ ନକଲି ଓ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ କାରବାର ବିରୋଧରେ ରାଜ୍ୟ ସରକାର ଆଭିମୁଖ୍ୟ କଠୋର କରିଛନ୍ତି। ଏ ନେଇ ଆଜି ଗୃହରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ କହିଛନ୍ତି ଅପମିଶ୍ରିତ ପନିର ଓ ଛେନା ବିକ୍ରି ଏବଂ ପ୍ରସ୍ତୁତି କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା ଆଇନଗତ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ କେବଳ ନିଆଳି ଅଞ୍ଚଳରେ ହିଁ ଅପମିଶ୍ରଣକାରୀଙ୍କ ନାମରେ ୨୭୫ଟି ଏତଲା ଦାୟର କରାଯାଇଛି।

ଅପମିଶ୍ରିତ ଖାଦ୍ୟ କାରବାରକୁ ସମ୍ପୂର୍ଣ୍ଣ ରୂପେ ରୋକିବା ପାଇଁ ସାରା ରାଜ୍ୟରେ ୧୮ଟି ସ୍ୱତନ୍ତ୍ର ଡ୍ରାଇଭ୍ ବା ଚଢ଼ାଉ ଅଭିଯାନ ସଂଗଠିତ ହୋଇଥିଲା। ଏହି ସ୍ୱତନ୍ତ୍ର ଅଭିଯାନ ସମୟରେ କଟକରୁ ୭୧ କ୍ୱିଣ୍ଟାଲ ଅପମିଶ୍ରିତ ପନିର ଜବତ କରାଯାଇ ସମ୍ପୂର୍ଣ୍ଣ ନଷ୍ଟ କରାଯାଇଛି। ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ମୋଟ ୪୧୩ଟି ମାମଲା ରୁଜୁ ହୋଇଥିବା ବେଳେ ୭୩୯୨ଟି ଆଇନଗତ ସାମ୍ପୁଲ ସଂଗ୍ରହ କରାଯାଇ ପରୀକ୍ଷାଗାରକୁ ପଠାଯାଇଛି। ଏହିସବୁ କାର୍ଯ୍ୟାନୁଷ୍ଠାନ ଜରିଆରେ ସରକାର ମୋଟ ୯୫ ଲକ୍ଷ ୯୧ ହଜାର ଟଙ୍କାର ଜରିମାନା ଆଦାୟ କରିଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

Leave a Reply

Your email address will not be published. Required fields are marked *