ଶଙ୍ଖ ଭବନ ଯାଇ ବିଜେଡିରେ ସାମିଲ ହେଲେ ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା । ତାଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି ଏକାଧିକ କଂଗ୍ରେସ କର୍ମୀ । ବିଜେଡିରେ ସାମିଲ ହେବା ପରେ ଗଣେଶ୍ୱର କହିଛନ୍ତି, ସେ ସବୁବେଳେ ଲୋକଙ୍କ ସେବାକୁ ଅଗ୍ରାଧିକାର ଦେଇଆସିଛନ୍ତି । ଆଜି ବିଜେଡିରେ ମିଶିବା ପରେ ତାଙ୍କ ଜୀବନର ୨ ଲକ୍ଷ୍ୟ । ଦଳ ଓ କେନ୍ଦ୍ରାପଡାବାସୀଙ୍କ ସେବା ତାଙ୍କ ଜୀବନର ଦୁଇଟି ମୁଖ୍ୟ ଲକ୍ଷ୍ୟ ବୋଲି କହିଛନ୍ତି ଗଣେଶ୍ୱର ।

ଅନ୍ୟପଟେ ଗଣେଶ୍ୱର ବେହେରା କହିଛନ୍ତି ଆଜିର ମିଶ୍ରଣ ପର୍ବରେ ବିଜେଡିର ଯୋଗ ଦେଲି। ବିଜେଡି ସଭାପତି ନବୀନ ପଟ୍ଟନାୟକ ବିକାଶ ପୁରୁଷ, ତାଙ୍କୁ ନମସ୍କାର। ଆକାଶରୁ ବୋହୁ ଥିବା ଜଳ ଯେପରି ସମୁଦ୍ରରେ ମିଶେ, ଆଜିର ଏହି ସମ୍ବର୍ଦ୍ଧନା ମୋ ପାଇଁ ନୁହେଁ। ଏହା ମୁଖ୍ୟମନ୍ତ୍ରୀଙ୍କ ପାଇଁ। ସେ ବିଶ୍ୱାସ କରନ୍ତି ଓଡ଼ିଶାର ବିକାଶ, ସମବିକାଶ, ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ବିକାଶରେ। ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କେନ୍ଦ୍ରାପଡ଼ା ଓ ଓଡ଼ିଶା ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ବିଜେଡିରେ ମିଶିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌ ଓ ସଂଗଠନ ସମ୍ପାଦକ ପ୍ରବଣ ପ୍ରକାଶ ଦାଶଙ୍କୁ ଧନ୍ୟବାଦ ଜଣାଇବା ସହ ଲୋକଙ୍କ ସେବା ଓ ଦଳ ପାଇଁ କାମ କରିବି ବୋଲି ଗଣେଶ୍ୱର ବେହେରା କହିଛନ୍ତି।

By Shree

Passionate about writing political content and unbiased journalism

Leave a Reply

Your email address will not be published. Required fields are marked *