ଅନୁଗୁଳ ଜିଲ୍ଲା କଣିହାଁସ୍ଥିତ ଏନଟିପିସି ପାୱାର୍ ପ୍ଲାଣ୍ଟରେ ଭୟାବହ ବିସ୍ଫୋରଣ ଘଟି ୫ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ପାୱାର୍ ପ୍ଲାଣ୍ଟର ବଙ୍କର-ବିରେ ହଠାତ୍ ବିସ୍ଫୋରଣ ଘଟିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ବିସ୍ଫୋରଣ ପରେ ଆହତ ୫ ଶ୍ରମିକଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ଶ୍ରମିକଙ୍କୁ ତାଳଚେର ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ୨ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ପଠାଯାଇଛି । ବିସ୍ଫୋରଣର କାରଣ କଣ ଏବଂ ଏହା କିପରି ଘଟିଲା, ସେନେଇ ତଦନ୍ତ ଆରମ୍ଭ ହୋଇଛି। ଘଟଣା ପରେ ପାୱାର୍ ପ୍ଲାଣ୍ଟରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଦୁର୍ଘଟଣା ସମ୍ପର୍କରେ ଏନଟିପିସି କିମ୍ବା ପ୍ରଶାସନ ପକ୍ଷରୁ ଅଧିକ ସୂଚନା ମିଳିବା ପରେ ଘଟଣାର ସବିଶେଷ ତଥ୍ୟ ସ୍ପଷ୍ଟ ହେବ । Post navigation Subarnapur Road Scam: ରାସ୍ତା କାମରେ ଦୁର୍ନୀତି ଅଭିଯୋଗରେ ୪ ଅଧିକାରୀ ନିଲମ୍ବିତ