ରାଜ୍ୟର ପ୍ରଥମ ଶ୍ରେଣୀରୁ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସଂଶୋଧିତ ପାଠ୍ୟପୁସ୍ତକ ଗୁଡ଼ିକ ୱେବସାଇଟରେ ଉପଲବ୍ଧ କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (SCERT) ଏବଂ ଓସେପା (OSEPA) ର ଆଧିକାରିକ ୱେବସାଇଟ୍ ଜରିଆରେ ଏହି ପୁସ୍ତକ ଗୁଡ଼ିକୁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶ କରାଯାଇଛି।

ଏହି ସଂଶୋଧିତ ପାଠ୍ୟପୁସ୍ତକ ସମ୍ବନ୍ଧରେ ଅଭିଭାବକ, ଶିକ୍ଷାବିତ୍ ଓ ସର୍ବସାଧାରଣଙ୍କଠାରୁ ସୁଚିନ୍ତିତ ମତାମତ ଲୋଡ଼ାଯାଇଛି। ଆଗ୍ରହୀ ବ୍ୟକ୍ତିମାନେ ଆସନ୍ତା ୭ ଦିନ ମଧ୍ୟରେ ଇମେଲ ଆଇଡି: [email protected] ଏବଂ ବିଦ୍ୟା ସମୀକ୍ଷା କେନ୍ଦ୍ର ହେଲ୍ପ ଲାଇନ ନମ୍ବର: ୧୮୦୦୩୪୫୭୨୨୨ ମାଧ୍ୟମରେ ନିଜର ମତାମତ ପ୍ରଦାନ କରିବାକୁ ବିଭାଗ ତରଫରୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *

loader